ଗଣିଆ05/12/2023; ଗଣିଆ ବ୍ଲକ ମଣିଭଦ୍ରା ପାଦଦେଶରେ ମା କଳାପାଟ ପୀଠରେ ଚଳିତ ଡିସୋମ୍ବର ମାସ ୧୬ ତାରିଖରୁ ୧୮ ତାରିଖ ୩ଦିନ ଧରି ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ, ସାଧୁମେଳା, ଅଖଣ୍ଡ ନାମସଂକୀର୍ତନ, ଭାଗବତ ପାଠ ପରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ସ୍ୱର୍ଗତଃ ସିଦ୍ଧ ଯୋଗୀ ବାବା ରାମଦାସଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଗତ ୩୦ ବର୍ଷ ଧରି ପ୍ରତିବର୍ଷ ଓଢଣ ଷଷ୍ଠୀ ଅବସରରେ ଏହି ମହାଯଜ୍ଞର ପୂର୍ନାହୂତୀ ଆୟୋଜନ କରାଯାଇଥାଏ । ଶାନ୍ତିଶୃଙ୍ଖଳା ସହ ମହାଯଜ୍ଞ ପରିଚାଳନା ପାଇଁ ସୋମବାର ମା କଳାପାଟ ଠାକୁରାଣୀଙ୍କ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଥିଲା । ମହାଯଜ୍ଞର ଆୟୋଜକ ଭୁବନେଶ୍ୱର ଧଉଳିସ୍ଥିତ ଓଁ ମା ସତ୍ୟଶାନ୍ତି ସେବା ଟ୍ରଷ୍ଟର ଉପଦେଷ୍ଟା ନିର୍ମଳ ପଟ୍ଟନାୟକ, ସଭାପତି ଅଜୟ ପଟ୍ଟନାୟକ, ପ୍ରବକ୍ତା ପାର୍ଥସାରଥୀ ମହାନ୍ତି , ଉଦ୍ୟନାଥ ରାୟ,ବାବାଙ୍କ ଶିଷ୍ୟ ସେବକ ଲଳିତ ଦାସ ପ୍ରମୁଖ ସଭ୍ୟମାନଙ୍କ ସହ ଗଣିଆ ବିଡିଓ ଡମ୍ବରୁଧର ମଲ୍ଲିକ, ତହସିଲଦାର ପ୍ରିତୀବାଳା ରଣା, ଗଣିଆ ଥାନା ଅଧିକାରୀ ବିନୟ ରଞନ ପରିଡା, ରାସଙ୍ଗ ସରପଚଂ ମାନସ ମହାଖୁଡ , ଛାମୁଣ୍ଡିଆ ସରପଚଂଙ୍କ ପ୍ରତିନିଧି ଚିତରଞନ ସାମଲ ଓ ମାଳତିପୁଟ ଗ୍ରାମବାସୀଙ୍କ ସମେତ ପାନୀୟଜଳ ଓ ପରିମଳ , ସ୍ୱାସ୍ଥ୍ୟ, ଅଗ୍ନିଶମ ପରି ବିଭିନ୍ନ ବିଭାଗର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ମହାଯଜ୍ଞ ସମୟରେ ଶାନ୍ତିଶୃଙ୍ଖଳା, ପାନୀୟ ଜଳ , ପରିମଳ , ଟ୍ରାଫିକ ସମସ୍ୟା, ଦୋକାନ ବଜାର ପାଇଁ ସ୍ଥାନ ନିରୂପଣ ସହ ଦୋକାନୀମାନଙ୍କୁ ଆମିଷ ଓ ମାଦକ ଦ୍ରବ୍ୟ ବିକ୍ରୟକୁ ସମ୍ପୂର୍ନ ଭାବେ ବାରଣ କରାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।