ମଦମୁକ୍ତି ଯୁବବାହିନୀର ପ୍ରଭାତ ଫେରି ଅନୁଷ୍ଠିତ

 

ଫୋକସ ପ୍ଲସ (ନବରଙ୍ଗପୁର) ୦୫/୦୭/୨୦୨୨: ମଦମୁକ୍ତ ଓଡ଼ିଶା ର ସଂକଳ୍ପ ସହ ଓଡ଼ିଶାର ଦକ୍ଷିଣ ପ୍ରାନ୍ତ ନବରଙ୍ଗପୁରୁ ଜିଲ୍ଲା ର କଷାଗୋମୁଂଡା ବ୍ଲକ ରେ ଯୁବକ ଯୁବତୀ ଙ୍କୁ ନେଇ ଏକ ପ୍ରଭାତ ଫେରି ସ୍ୱାଭିମାନୀ ସାଥି ଙ୍କ ନେତୃତ୍ୱ ରେ ଆୟୋଜିତ ହୋଇଯାଇଛି । ଓଡ଼ିଶାରେ ସରକାର ପ୍ରାୟୋଜିତ ମଦ ଦୋକାନ ଯୋଗୁଁ ସାଧାରଣ ପରିବାର ଗୁଡ଼ିକ କିପରି ଉଜୁଡ଼ି ଯାଉଛି ଏବଂ ମୁଖ୍ୟସ୍ରୋତ ସାମାଜିକ ଓ ରାଜନୈତିକ ଶକ୍ତି ଗୁଡ଼ିକ କିପରି ଏହି ଗମ୍ଭୀର ସମସ୍ୟା କୁ ଅଣଦେଖା କରିଚାଲିଛନ୍ତି ତାହା ଆଲୋଚନା ର ମୁଖ୍ୟ ବିଷୟ ଥିଲା । ଜନ କଲ୍ୟାଣ ପାଇଁ ଅଭିପ୍ରେତ ଏକ ଗଣତାନ୍ତ୍ରିକ ସରକାର ମଦ ବିକିବା କଦାପି ଓଡ଼ିଶାର ଯୁବକ ମାନଙ୍କୁ ସ୍ୱୀକାର ହୋଇପାରେନା ଏବଂ ଏହି ବ୍ୟବସ୍ଥାଗତ ବିଶ୍ୱାସଘାତକତା ବିରୁଦ୍ଧରେ ବେସାଲିସ ସଂଘର୍ଷ କରିବା ହିଁ ଆଜିର ଆହ୍ୱାନ ହୋଇପାରେ ବୋଲି ମତ ପ୍ରକାଶ ପାଇଥିଲା । ଯେଉଁ ସରକାର ର ପ୍ରତ୍ୟେକ୍ଷ ସହଯୋଗ ରେ ଓଡ଼ିଶାର ଗାଁ ଗହଳି, ସହର ବଜାରରେ ୪ ହଜାର ୩ ଶହ ରୁ ଅଧିକ ମଦ ଦୋକାନ ଖୋଲିଛି, ସେହି ସରକାର ହିଁ ପ୍ରବଳ ଜନମତ ର ଚାପରେ ସେଗୁଡ଼ିକୁ ବନ୍ଦ କରିପାରିବ । ଏଥିପାଇଁ ଆବଶ୍ୟକ ଜନଜାଗରଣ ର ସୂତ୍ରଧର ଓଡ଼ିଶାର ସ୍ୱାଭିମାନୀ ଯୁବକ ଓ ଯୁବତୀଟିଏ ହିଁ ହୋଇପାରେ । ଏଥିପାଇଁ ସେହି ଯୁବକ ଓ ଯୁବତୀ ମାନଙ୍କୁ ସମାଜ କଲ୍ୟାଣ ର ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ଯୋଡ଼ିବା ନିମିତ୍ତ ମଦମୁକ୍ତି ଯୁବବାହିନୀ “ପ୍ରଭାତ ଫେରି ” ମାନ ଆୟୋଜିତ କରିଥାଏ ବୋଲି ଯୁବବାହିନୀ ର କାର୍ଯକାରୀଣି ସଦସ୍ୟ ଶ୍ରୀ ଉମେଶ ନାୟକ ପ୍ରକାଶ କରିଛନ୍ତି । ତିନି ଓମ୍ କାର ଶାନ୍ତି ପାଠ ରୁ ଆରମ୍ଭ ହୋଇ ଏହି ପ୍ରଭାତ ଫେରି କୋଷାଗୋମୁଂଡା ବ୍ଲକ ପାଖ ବଜାର ପରିକ୍ରମା କରିଥିଲା , ଏହି କାର୍ଯ୍ୟକ୍ରମ କୋଷାଗୋମୁଂଡା ଜଗନ୍ନାଥ ମନ୍ଦିର ମୁଖ୍ୟ ରାସ୍ତାରେ ଏକ ମାନବଶୃଙ୍ଖଳ ସହ ସମ୍ପନ୍ନ ହୋଇଥିଲା । ଯୁବକ ଓ ଯୁବତୀ ମାନଙ୍କ ଠାରେ ସମାଜ ପାଇଁ ସମର୍ପଣଭାବର ଝଲକ ଦୃଶ୍ୟମାନ ଥିଲା । ଏହି କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଜିଲ୍ଲା ସଂଯୋଜକ ଦମୁ ଗୌଡ଼ ଓ କୋରାପୁଟ ଜିଲ୍ଲା ସଂଯୋଜକ ଜେ.ନବୀନ କୁମାର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାତୃ ଶକ୍ତି ଓଡିଶା ର ସଦସ୍ୟ କୈକେୟୀ ପ୍ରଧାନ ଅନୁପମା ଭତ୍ରା ଓ ମଦ ମୁକ୍ତି ଓଡିଶା ପାଇଁ କାମ କରୁଥିବା ଶେହି ବ୍ଲକ ର ସଂଗ୍ରାମୀ ସାଥି ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁର ରୁ ସମୀର ଭତ୍ରା ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *