ମଦ୍ୟପ ଶିକ୍ଷକଙ୍କ ମାଡରେ ୨୦ ଛାତ୍ରଛାତ୍ରୀ ଲହୁ ଲୁହାଣ

ଫୋକସ ପ୍ଲସ(ଗଜପତି)୨୫/୦୮/୨୦୨୨: ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି ମାତାଲ ଅବସ୍ଥାରେ ଅନ୍ୟ ଏକ ବିଦ୍ୟାଳୟ ଡେଙ୍ଗା ସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ୨ଟି ବାଉଁଶ ବାଡିରେ ଆଖିବୁଜା ମାଡ ମାରି ଲହୁ ଲୁହାଣ କରିଥିଲେ। ଏହି ସମୟରେ କିଛି ଶିକ୍ଷକ ବୁଝାସୁଝା କରିବାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ମାଡ ମାରିଥିଲେ। ପିଲାମାନଙ୍କର ଅବିଭାବକମାନେ ଏହି ଘଟଣା ଜାଣିବା ପରେ ନିଜ ନିଜର ପିଲାମାନଙ୍କୁ ୨ଟି ଅଟୋରେ ନେଇ ଆସି ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପିଲାମାନଙ୍କର ଗୋଡ, ହାତ, ଛାତି ଓ ମୁଣ୍ଡରେ ଆଘାତ ଲାଗିଛି।ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କଠାରୁ ସବୁ କଥା ଶୁଣିଲା ପରେ ମଦ୍ୟପ ଶିକ୍ଷକ ବେହେରାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଗଜପତି ରୁ ସୁଶାନ୍ତ ମାଳି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *