ମଦ ଓ ବିଅର ସହିତ ଫ୍ରିଜ ଜବତ

ଫୋକସ ପ୍ଲସ 10/10/22 (ଭଦ୍ରକ):  ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ, ଜିଲ୍ଲା ଭ୍ରାମ୍ୟମାଣ ସ୍କ୍ୱାଡ଼ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧୁଷୁରୀ ଥାନା ଅନ୍ତର୍ଗତ ଅସୁରାଳୀ ବଜ଼ାର, ସହିଦନଗର ବଜ଼ାର, ମଙ୍ଗଳପୁର ଏବଂ ଧାମନଗର ଥାନା ଅନ୍ତର୍ଗତ ବାରିକପୁର ବଜ଼ାର ଅଞ୍ଚଳରେ ଚଢାଉ କରାଯାଇ ୨୮.୨୬୦ ଲିଟର ବିଦେଶୀ ମଦ, ୨୦.୩୫୦ ଲିଟର ବିଅର, ୦୬ ଲିଟର ଆସ୍କା ଫର୍ଟି ମଦ ଏବଂ ଗୋଟିଏ ଫ୍ରିଜ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଧୁଷୁରୀ ଥାନା ଅନ୍ତର୍ଗତ ହଂସପୁର ଗ୍ରାମର ରବୀନ୍ଦ୍ର ରାଉତ, କଟସାହି ଗ୍ରାମର ଶିବପ୍ରସାଦ ମୁଦୁଲି ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚିନାମାଳି ଗ୍ରାମର ଉମାକାନ୍ତ ଦାସ । ଜବତ ମଦ,ବିଅର ଓ ଫ୍ରିଜର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏସ୍‌.ଆଇ ବ୍ରଜମୋହନ ମଲ୍ଲିକ ଓ ରବି ପ୍ରଧାନ, ଏ.ଏସ୍‌.ଆଇ ପୁରୁଷୋତ୍ତମ ମଲ୍ଲିକ ଓ ଦୀପକ ରାଉତ, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି।

Leave a Reply

Your email address will not be published. Required fields are marked *