ମଦ ବ୍ୟବସାୟୀଙ୍କ ଠାରୁ ଲୁଟ

ଫୋକସ ପ୍ଲସ(କୋରାପୁଟ)୦୭/୦୮/୨୦୨୨ : କୋରାପୁଟ ଜିଲ୍ଲା ନନ୍ଦପୁର ମଦ ବ୍ୟବସାୟୀ କରୁଥିବା କର୍ମଚାରୀଙ୍କୁ ମାରପିଟ କରି ପଇସା ଓ ସୁନା ଅଳଙ୍କାର ଲୁଟ ହୋଇଥିବା ଥାନାରେ ଏକ ଏତଲା ଦିଆଯାଇଥିବା ଜଣାପଡିଛି।ମାଛକୁଣ୍ଡରେ ପଇସା ଆଦାୟ କରିବାକୁ ହରେନ୍ଦ୍ର ସିଂ ଓ ଆଉ ଜଣେ କର୍ମଚାରୀ ଆଜି ସକାଳେ ମାଛକୁଣ୍ଡ ଯାଇଥିଲେ।ସେଠାରୁ ପଇସା ଆଦାୟ କରି ନନ୍ଦପୁର ଫେରୁଥିବା ସମୟରେ ସିଲପଣ୍ଡି ଗ୍ରାମ ନିକଟରେ ତିନୋଟି ବଲେରୋ ଗାଡିରୁ ଲୋକମାନେ ଆସିକି ଗାଡ଼ିକୁ ଅଟକାଇ ଥିଲେ ବୋଲି ହରେନ୍ଦ୍ର ସିଂ ଏତଲା ଦେଇଛନ୍ତି।ଗାଡିରୁ ଉଲାଇ ଆସିକି ମାରପିଟ କରି ଗାଡି ଭିତରେ ଥିବା ୪୩ ହଜାର ୨୫୦ ଟଙ୍କା ଏବଂ ସୁନା ଚେନ ଓ ମୁଦି ଲୁଟ କରି ନେଇଯାଇଥିଲେ ବୋଲି ସେ ସୂଚନା ଦେଇଛନ୍ତି। ଏହା ପରେ ନନ୍ଦପୁର ମଦ ଦୋକାନକୁ ବି ଲୁଟ କରିବୁ ଓ ଯିଏ ମଦ ଦୋକାନରେ ଅଛନ୍ତି ସମସ୍ତଙ୍କୁ ମାରିବୁ କହି ନନ୍ଦପୁରରେ ମଧ୍ୟ ଯାଇଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଦୋକାନ ମାଲିକଙ୍କୁ ଜଣାଇଥିଲେ ଓ ଦୋକାନ ମାଲିକ ପୋଲିସକୁ ଅବଗତ କରିବା ପରେ ସେମାନଙ୍କୁ ପୋଲିସ ଧରିଥିଲା ବୋଲି ସେ ସୂଚନା ଦେଇଛନ୍ତି। କରମଜିତ କୁମାର ଓ ଅନ୍ୟମାନେ ବନ୍ଧୁକ ଦେଖାଇ ଟଙ୍କା ଲୁଟ କରିଥିବା ହରେନ୍ଦ୍ର ସିଂ ଥାନାରେ ଏତଲା ଦେଇଥିବା ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।ନନ୍ଦପୁର ଥାନାରେ ଏ ସମ୍ପର୍କରେ ୮୭/୨୦୨୨ ରେ ଏକ କେସ ରୁଜୁ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ହରେନ୍ଦ୍ର ସିଂ ଓ ଅନ୍ୟ କର୍ମଚାରୀ ମାନେ ବନ୍ଧୁକ ଦେଖାଇ ୫୫ ହଜାର ଟଙ୍କା ଲୁଟ କରିଥିବା ଏକ କାଉଣ୍ଡର ଏତଲା ଦିଆଯାଇଛି।ଏହି ମାମଲାରେ ଥାନାରେ ୮୮/୨୦୨୨ ନମ୍ବର ଏକ କେସ ରୁଜୁ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା ଦୁଇଟି କେସର ତଦନ୍ତ କରିବେ ବୋଲି ସେ ସୂଚନା ଦେଇଛନ୍ତି।ଏହି ଦୁଇ ଟି କେସର ଅନୁସଂଧାନ କରାଯାଇ ନିହାତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି।ସେଥି ମଧ୍ୟରୁ ୭ ଜଣଙ୍କୁ ଅଟକ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରୁ ଦଶରଥ ମାଛଙ୍କ ରିପୋର୍ଟ ଫୋକସ ପ୍ଲସ୍

Leave a Reply

Your email address will not be published. Required fields are marked *