ମଧୁବୈଶ ସମାଜର ବାର୍ଷିକ ଉତ୍ସବ

ଫୋକସ ପ୍ଲସ(ଗୋଳନ୍ଥରା): ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ ଗୋଳନ୍ଥୋରା ଈଶାଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମଧୁବୈଶ ପଞ୍ଚମା ଗୁଡିଆ ସମାଜ ର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ମଧୁବୈଶ ସମାଜର ମହୁରି ତାଲୁକା ର ସଭାପତି ବାଉରି ବନ୍ଧୁ ସାହୁ ଙ୍କ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ରେ ଗଞ୍ଜାମ ଜିଲ୍ଲା ମଧୁବୈଶ ଗୁଡିଆ ସମାଜ ର ସମ୍ପାଦକ ନୃସିଂହ ଚରଣ ସାହୁ ମୁଖ୍ୟଅତିଥିଭାବେଯୋଗଦେଇଥିଲେ ‌‌। ଗୁଣନିଧି ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ସମ୍ପାଦକ ବୃନ୍ଦାବନ ସାହୁ ବାର୍ଷିକ ଆୟ ବ୍ୟୟ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଉପସଭାପତି ବିଜୟ ଚନ୍ଦ୍ର ସାହୁ ସଭାରେ ଜାତି ପ୍ରତି ସାମୂହିକ ଆଲୋଚନା କରିଥିଲେ।

ନିଖିଳ ଉତ୍କଳ ମଧୁବୈଶ ସମାଜର ଉପସଭାପତି ପର୍ଶୁରାମ ସଭାରେ ସମାଜର ଗଠନ ର ଆବଶ୍ୟକ ଓ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ବାଘଲଟି ସରପଞ୍ଚ ମାମି ସାହୁ ମହିଳା ସଭ୍ୟା ମାନଙ୍କୁ ଜାତିଗଠନ ଓ ମହିଳା ମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଗୁଡିଆ ସମାଜ ର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବଦ୍ଦନା ସହ ମାନ ପତ୍ର ଦିଆଯାଇଥିଲା। ଓ ଛାତ୍ରୀ ମାନଙ୍କ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା।

ଗୋଳନ୍ଥରାରୁ ଦୀପକ କୁମାର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *