ମନମାନିରେ ଚାଲିଛି କଲେଜରେ ନାମ ଲେଖା

ଫୋକସ ପ୍ଲସ(ରସୁଲପୁର)୨୪/୦୮/୨୦୨୨: ଯାଜପୁର ଜିଲ୍ଲା ଧର୍ମଶାଳା ମହା ବିଦ୍ୟାଳୟ ଯୁକ୍ତ ଦୁଇ ନାମ ଲେଖା ପାଇଁ ନିଜେ ତିଆରି କରିଛି ଆଇନ l ଯୁକ୍ତ ଦୁଇ ଶ୍ରେଣୀର ନାମଲେଖା ୧୯ ତାରିଖ ଠାରୁ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହା ବର୍ଷା ଓ ବନ୍ୟା ପାଇଁ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ଜଣାପଡିଛି l ପ୍ରଥମ ପର୍ଯ୍ୟାୟ କଟ ଅପ୍ ମାର୍କ ପ୍ରକାଶ ପାଇବା ପରେ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ପସନ୍ଦ କଲେଜରେ ନାମ ଲେଖାଉଛନ୍ତି। ଧର୍ମଶାଳା ମହାବିଦ୍ୟାଳୟରେ ନାମଲେଖାକୁ ନେଇ ଅବିଭାବକ ଓ ଛାତ୍ରଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସରକାର ନିୟମ ନଥିବା ବେଳେ,ନାମଲେଖା ଫି ବାବଦକୁ ଛାତ୍ରଛାତ୍ରମାନଙ୍କୁ ଅନଲାଇନ୍ ଡିପୋଜିଟ କରିବାକୁ କୁହାଯାଇଛି। ଯାହାଦ୍ୱରା ପିଲା କି ଅବିଭାବକ ମାନଙ୍କ ବାଧ୍ୟ ହୋଇ ବଜାର ରେ ଥିବା ବିଭିନ୍ନ ଡିଜିଟାଲ ପେମେଣ୍ଟ ଦୋକାନରେ କଲେଜ ଏକାଉଣ୍ଟ୍ ରେ ଅନଲାଇନ ରେ ଟଙ୍କା ଦାଖଲ କରି ରସିଦ ଆଣି କଲେଜ ରେ ଦେଲେ ଯାଇ ସେମାନଙ୍କ ନାମଲେଖା ଯାଉଛି । କଳା ଓ ବାଣିଜ୍ୟ ପାଇଁ ୫୫୦୦ ଟଙ୍କା ଓ ବିଜ୍ଞାନ ପାଇଁ ୬୫୦୦ ଟଙ୍କା କଲେଜ ପକ୍ଷରୁ ଧାର୍ଯ୍ୟ କରାଯାଇଥିବାରୁ , ଏତେ ଟଙ୍କା ଦୋକାନୀ ପଠାଇବା ପାଇଁ ପାଖାପାଖି ୨୦୦ ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଏପରିକି ଅନେକ ସମୟେ ଟଙ୍କା ଦାଖଲ ହେଉଥିଲେ ମଧ୍ୟ ଏହା କଲେଜ ଏକାଉଣ୍ଟ୍ କୁ ଯିବା ପାଇଁ ତିନି ଚାରି ଦିନ ଲାଗି ଯାଉ ଥିବାରୁ, ପିଲା ଓ ଅବିଭାବକ କଲେଜ ଓ ଦୋକାନକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି l କଲେଜ୍ ଏକାଉଣ୍ଟ୍ କୁ ଟଙ୍କା ନଗଲା ପର୍ଯ୍ୟନ୍ତ କଲେଜ କର୍ତ୍ତୃପକ୍ଷ ନାମଲେଖାଉ ନାହାନ୍ତି। ଏମିତି ସଙ୍କଟରେ ପଡିଛନ୍ତି ବାରବାଟୀ ଅଞ୍ଚଳର ସ୍ମୁତି ରଞ୍ଜନ ସାହୁ ଓ ସେକ ଆଦିଲ। ବାଣିଜ୍ୟରେ ନାମ ଲେଖାଇବା ପାଇଁ ଗତ ୧୯ ତାରିଖରେ ସେ ଅନଲାଇନ୍ ରେ ଟଙ୍କା ଦାଖଲ କରିଥିଲେ। ହେଲେ କଲେଜ ଏକାଉଣ୍ଟ୍ ରେ ଟଙ୍କା ପହଞ୍ଚି ନଥିବାରୁ ସେ ୧୯ ତାରିଖ ରୁ ଆଜି ଯାଏ କଲେଜ ଆସି ଫେରୁଛନ୍ତି। ନାମ ଲେଖାଇ ପାରୁ ନାହାନ୍ତି ପ୍ରତିଦିନ ଏଭଳି ସମସ୍ୟା ଭୋଗୁଛନ୍ତି ଗ୍ରାମାଞ୍ଚଳ ଓ ଦୂର ଦୁରାନ୍ତରୁ ଆସୁଥିବା ଅବିଭାବକ ଓ ଛାତ୍ର ଛାତ୍ରୀ ମାନେ। ତେବେ ଅନଲାଇନ୍ ଜରିଆରେ ନାମ ଲେଖା ଫି ଦାଖଲ ନିମନ୍ତେ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ କୌଣସି ବାଧ୍ୟତାମୂଳକ ନଥିବା ବେଳେ ଜିଲ୍ଲାରେ କେବଳ ଏହି କଲେଜରେ ଏହି ନିୟମ ବଳବତ୍ତର କଣ ପାଇଁ ରହିଛି। ସରକାର ଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଦରମା ପାଉ ଥିବା ବେଳେ କଣ ପାଇଁ ଟଙ୍କା ଗଣି ରଖିବା ରିସ୍କ ନେଉ ନାହାନ୍ତି କଲେଜର କତୃପକ୍ଷ l କଣ ପାଇଁ ଚାଲିଛି ଏ ମନ ମାନି l ବ୍ଲକରେ ଥିବା ଅନ୍ୟ ସରକାରୀ ଓ ବେସରକାରୀ କଲେଜରେ ନାମ ଲେଖା ବାବଦକୁ ନଗଦ ଅର୍ଥ କାଉଣ୍ଟରରେ ଦିଆଯାଇ ଆଡ଼ମିଶନ କରାଯାଉଥିବା ବେଳେ ଏହି କଲେଜରେ ଏଭଳି ଅଜବ ନିୟମକୁ ନେଇ ସମସ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନାମଲେଖା ପାଇଁ ପୂର୍ବରୁ ଅନଲାଇନ୍ ପୈଠ ନେଇ କୌଣସି ସୂଚନା ଦିଆଯାଇନାହିଁ। ଏ ସମ୍ପର୍କରେ ଅଧ୍ୟକ୍ଷ ତପନ କୁମାର ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ କଲେଜ ର ହିତ ପାଇଁ ଏଭଳି ସିଦ୍ଧାନ୍ତ ନିଆଯାଇଛି। ଅନଲାଇନ୍ ପେମେଣ୍ଟ୍ ଦ୍ଵାରା ସ୍ୱଚ୍ଛତା ରହିବ। ଏକାଥରେ ଶତାଧିକ ପିଲା ଆଡ଼ମିଶନ ପାଇଁ ଆସୁଛନ୍ତି। ଏହା ଦ୍ବାରା ଡିପୋଜିଟ୍ କାଉଣ୍ଟର୍ ରେ ଭିଡ଼ କମିବ। ବୋଲି ଅଧ୍ୟକ୍ଷ ଶ୍ରୀ ମିିଶ୍ର କହିଛନ୍ତି। ବାହାରେ ପିଲାମାନଙ୍କ ଠାରୁ ଦୋକାନୀ ମାନେ ଅନଲାଇନ୍ ପୈଠ ପାଇଁ ଅଧିକ ଟଙ୍କା ନେବା ଘଟଣାକୁ ନିନ୍ଦା କରିବା ସହ ଏମିତି ନକରିବା ପାଇଁ ନିବେଦନ କରିଛନ୍ତି।

 

 

ରସୁଲପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *