ଫୋକସ ପ୍ଲସ (ଆଠମଲ୍ଲିକ)୧୩/୦୭/୨୦୨୨ : ଓଡ଼ିଶା ସରକାର ଗରିବ ନୀରିହ ଲୋକ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ଛନ୍ତି ।ସେଥି ମଧ୍ୟରୁ ମନରେଗା ନିଶ୍ଚିତ କର୍ମ ଯୋଜନା ଏକ ପ୍ରକାର ଯୋଜନା ଅଟେ ।ଏହି ଯୋଜନା କେବଳ ଶ୍ରମିକ ମାନଙ୍କ ପାଇଁ ହୋଇଛି ।ଶ୍ରମିକ ମାନେ ନିଜେ ମାଟି ବୋହିବେ ଖୋଲିବେ ବୋଲି ସରକାର ଘୋଷଣା କରିଛନ୍ତି।କିନ୍ତୁ କେତେକ ଲୋକକେତେକ ସ୍ଥାନରେଏହାର ଅମାନ୍ୟ କରିଥିବା ଦେଖିବାକୁ ମିଳିଛି ।ଲୋକଙ୍କ ବଦଳ ରେ ଜେ. ସି. ବି ଏବଂ ଟ୍ରାକ୍ଟର ଲଗାଇ କାମ କରି ବିଲ ଉଠାଇ ମାଲା ମାଲ ହେଉଛନ୍ତି ଲୋକ ।ଠିକ ସେହିପରି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅଏଡା ଗ୍ରାମ ପଞ୍ଚାୟତ ର ଓଳଥଗ୍ରାମ ରେ ।ଓଳଥ ଗ୍ରାମ ରେ ତଳ ବନ୍ଧ ଠାରେ ମନରେଗା କାର୍ଯ୍ୟ ହେଉଥିଲା ।କିନ୍ତୁ ଏହି କାମ କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଲାଗି ରହିଛି ।ଗୋଟିଏ ଗୋଷ୍ଠୀ କହୁଛି ମନରେଗା କାମ ରେ ଦୁର୍ନୀତି ହୋଇଛି ।ଅନ୍ୟ ଗୋଷ୍ଠୀ(କାମକରୁଥିବା) କହୁଛି ସେଭଳିକିଛି ଦୁର୍ନୀତି ହୋଇ ନାହିଁ ।ସେହିପରି କହୁଛି କାମ ରେ j C B ଏବଂ ଟ୍ରାକ୍ଟର ଲଗାଇ କାମ ହୋଇଛି ।ଗରିବ ନୀରିହ ଲୋକଙ୍କ ଦ୍ୱାରା କାମ ହୋଇଛି ବୋଲି ସଫେଇ ଦେଉଛନ୍ତି ।କାମ ର ବିଲ ହୋଇ ସାରି ଥିବା ପରେ ସୂଚନା ଫଳକ ତିଆରି ହେଉଛି ।
ବିଲ ହୋଇ ପାରି ନଥିବାରୁ ଶ୍ରମିକ ମାନଙ୍କୁ ମଜୁରୀ ଦେଇ ପାରୁନାହିଁ । ୩ମାସ ହେଲାଣି ବିଲ ହୋଇସାରି ଥିବା ବେଳେ ଶ୍ରମିକ ମାନଙ୍କୁ ମଜୁରୀ ଦେଇ ନାଂହାନ୍ତି ।
ଏଭଳି କେତେ ଗୁଡିଏ ସମସ୍ୟା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେଉଥିବା ବେଳେ କୁହୁଳି କୁହୁଳି ନିଆଁ ଜଳୁଛି ।ଏମାନ ଙ୍କ ଭିତରେ ବିଚରା ଶ୍ରମିକ ମାନେ ଦଳି ମକଚି ହୋଇ ଛଟପଟ ହେଉଥିବା ଦେଖା ଯାଉଛି । ଏନେଇ ଦୁଇ ଗୋଷ୍ଠୀ ଆଠମଲ୍ଲିକ BDO, ଉପଜିଲ୍ଲାପାଳ,ପଞ୍ଚାୟତରାଜ ସଚିବ ଏବଂ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ କର୍ମଚାରୀ ଙ୍କୁ ଲିଖିତ ଆକାର ରେ ଜଣାଇଥିଲେ ମଧ୍ୟ କୌଣସି ସମାଧନ ହୋଇ ନଥିବା ଦେଖା ଯାଇଛି ।ତେବେ ଏଠି ସତ କହୁଛି କିଏ?କିଏ କରୁଛି ଦୁର୍ନୀତି ତ ଆଉ କିଏ ମାନୁଛି ସରକାର ଙ୍କ ନୀତି ? କିଏ ହେଉଛି ଅସାଧୁ ଆଉ କିଏ ହେଉଛି କୁଚକ୍ରି ଗୋଷ୍ଠୀ?କିଏ ହେଉଛି ନେତା ତ ଆଉ କିଏ ହେଉଛି କୁଜି ନେତା ?ଏ ସମସ୍ତ ପ୍ରଶ୍ନ ର ଉତ୍ତର ମିଳିବ କେବଳ ତଦନ୍ତ ହେଲେ । ଅଏଡା ଗ୍ରାମବାସୀଏବଂ ମଜୁରିଆ ମାନେ BDO ଏବଂ ଉପଜିଲ୍ଲାପାଳ ଙ୍କ ଠାରେ ଏହାର ତଦନ୍ତ କରିବା ସହ ପ୍ରକୃତ ସତ୍ୟ କୁ ଲୋକ ଲୋଚନ କୁ ଆଣିବା ସହ ମଜୁରୀ ପାଇବା ବ୍ୟବସ୍ଥା କରାଇବା ପାଇଁ ଅନୁରୋଧ କରିଛନ୍ତି ।
ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ |