ମନ୍ତ୍ରୀଙ୍କ ଦ୍ୱାରା ପ୍ରଥମ ସେବା ମହୋତ୍ସବ ଶୁଭଖୁଣ୍ଟି ସ୍ଥାପନ ଓ ଲୋଗ ଉନ୍ମୋଚନ ।

ବୌଦ୍ଧ୩୦/୦୧/୨୦୨୪: ବୌଦ୍ଧ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି ଏକ ନିଆରା ମହୋତ୍ସବ । ନାଚ ଗୀତ ପଦର୍ଶନୀ ନୁହେଁ ଅସହାୟ ଲୋକଙ୍କୁ ସହାୟତା ଓ ଚିକିତ୍ସା ସେବା ଯୋଗାଇ ଦେବା ମହୋତ୍ସବ ର ହେବ ମୂଳ ଲକ୍ଷ୍ୟ । ବୌଦ୍ଧ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଳକ ପକ୍ଷରୁ ବୌଦ୍ଧ ଜିଲ୍ଲା ଚାରିଛକ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ସେବା ମହୋତ୍ସବ । ମହୋତ୍ସବ ଆସନ୍ତା ଫେବୃଆରୀ ମାସ ୬ ଓ ୭ ତାରିଖ ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ସେବା ମହୋତ୍ସବ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଦ୍ଵାରା ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ସମେତ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ , ଜିଲ୍ଲା ପଶ୍ଚିମ ଓଡିଶା ବିକାଶ ପରିଷଦ ସଭାପତି ସୁବୋଧ ପ୍ରଧାନ ,ବାଣୀଭୁସଣପୁର ସରପଞ୍ଚ, ଚାରିଛକ ବଜାର କମିଟି ,ଗଣେଶ ପୂଜା କମିଟି ସ୍ଥାନୀୟ ବୁଦ୍ଧିଜୀବୀ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ସାମ୍ବାଦିକ ମାନଙ୍କ ଏଭଳି ନିଆରା ପ୍ରୟାସ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ମନ୍ତ୍ରୀ କହିଛି । ପ୍ରତି ଜିଲ୍ଲାରେ ଏଭଳି ମହୋତ୍ସବ ହେବା ଉଛିତ । ଆଗାମୀ ଦିନରେ ବୌଦ୍ଧ ଜିଲ୍ଲା ଓ ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ସାମ୍ବାଦିକ ଭାଇ ମାନେ ଉଦ୍ୟମ କରିବା ପାଇଁ ମତ ରଖିଥିବା ବେଳେ ଯାହା ସମ୍ଭବ ଆମେ ସାହାଯ୍ୟ ସହଯୋଗ ପାଇଁ ପ୍ରତିସୁତି ଦେଇଛନ୍ତି । ଅନ୍ୟପଟେ ଏହି ମହୋତ୍ସବ ସବୁ ସମସ୍ତ ମହୋତ୍ସବ ଠାରୁ ନିଆରା ହୋଇଥିବା ବେଳେ ବେଳେ ସେବା ମହୋତ୍ସବ ରେ ଗୋ ସେବା ,ମାଗଣା ସ୍ୱାସ୍ଥ୍ୟ ଶିବିର ,ରକ୍ତ ଦାନ ଶିବିର ଅତି ଗରିବ ଅସହାୟ ଲୋକମାନଙ୍କୁ ଖାଦ୍ୟ ଓ ବସ୍ତ୍ର , ଦୁଇଦିନ ଧରି ଯୋଗାଇ ଦିଆଯିବ ପ୍ରତିବର୍ଷ ସେବା ମହୋତ୍ସବ ଜରିଆରେ ଦୁଃଖୀ ଅସହାୟ ଲୋକମାନଙ୍କୁ ସଂଘ ସହାୟତ ର ହାତ ବଢ଼ାଇବା ବୋଲି ସଂଘର ସଭାପତି କହିଛନ୍ତି ।

Leave a Reply

Your email address will not be published. Required fields are marked *