ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ବିପୁଳ ସମ୍ବର୍ଦ୍ଧନା

ଫୋକସ ପ୍ଲସ ୧୫/୬/୨୨(ଆଳି): ନୂଆକରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମନ୍ତ୍ରୀମଣ୍ଡଳ ରେ ସ୍ଥାନ ପାଇବା ପରେ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାୟକ ତଥା ଶିଳ୍ପ, ଶକ୍ତି ଓ ଏମ. ଏସ. ଏମ. ଇ. ବିଭାଗ କ୍ୟାବିନେଟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ନିଜ କର୍ମମାଟି କୁ ଫେରିଥିଲେ| ମନ୍ତ୍ରୀ ଶ୍ରୀ ଦେବ ପତ୍ରପୁର ସେତୁ ନିକଟରେ ପହଂଚିବା କ୍ଷଣି ତାଙ୍କୁ ଆଳି ବିଜୁ ଜନତା ଦଳ ପକ୍ଷରୁ ସମ୍ବୋର୍ଦ୍ଧିତ କରାଯିବା ପରେ ସେଠାରେ ହଜାର ହଜାର ସଂଖ୍ୟରେ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କର୍ମୀ ଙ୍କ ଗହଣରେ ତାଙ୍କୁ ଆଳି ମାଟିକୁ ବିରାଟ ପଟୁଆରରେ ପାଛୋଟି ଅଣାଯାଇଥିଲା |ମନ୍ତ୍ରୀଙ୍କ ଗସ୍ତ କୁ ଲକ୍ଷକରି ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଥିଲେ ବି ପୋଲିସ କୁ ଭିଡ଼ ନିୟନ୍ତ୍ରଣ କରିବାକୁବେଶ ସଂଘର୍ଷ କରିବାକୁ ପଡୁଥିବାର ଦେଖିବାକୁ ମିଳିଥିଲା |ମନ୍ତ୍ରୀ ଙ୍କ ଗସ୍ତ ଆରମ୍ଭରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲେ ହିଁ ପ୍ରଶଂସକ ମାନେ କିନ୍ତୁ ନିଜ ନେତାଙ୍କୁ ମନ୍ତ୍ରୀ ଭାବରେ ପାଇ ବର୍ଷାକୁ ଖାତିର କରିନଥିଲେ |ଶ୍ରୀ ଦେବ ଆଳି ରେ ପହଂଚି ନୂଆବଜାର ଠାରେ ନୂତନକରି ଏକ ବସଷ୍ଟାଣ୍ଡ ର ଶିଳାନ୍ୟାସ କରିବା ପରେ ଅନପୂର୍ଣ୍ଣା ପଡିଆଠାରେ ଏକ ସଭାରେ ଯୋଗଦେଇ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଆଗାମୀ ଦିନରେ ସେ ଆଳି ନିର୍ବାଚନ ମଣ୍ଡଳୀ କୁ ଏକନମ୍ବର ନିର୍ବାଚନ ମଣ୍ଡଳୀରେ ପହଞ୍ଚାଇବାକୁ ସେ ପ୍ରତିଜ୍ଞାବଦ୍ଧ |ଏହି ସଭାରେ ଆଳି ବ୍ଲକ ଅଧକ୍ଷ ମନୋରଞ୍ଜନ ସାମଲଙ୍କ ସହିତ ଯୁବନେତା ଭୀଷ୍ମ ମହାନ୍ତି, ଆଳି ବିଜେଡି ବ୍ଲକ ସଭାପତି ସନାତନ ସାହୁ, ପ୍ରଦ୍ୟୁମ୍ନ ଦାସ ଓ ରାଜକନିକା ବ୍ଲକ ଅଧକ୍ଷାଙ୍କ ସମେତ ଅନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ| ଏହି କାର୍ଯ୍ୟକ୍ରମକୁ ଆଳିବ୍ଲକ ବିଜୁ ଜନତା ଦଳର କାର୍ଯ୍ୟକର୍ତାମାନେ ପରିଚାଳନା କରିଥିଲେ |

ଆଳିରୁ ସମ୍ବିତ ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ|

Leave a Reply

Your email address will not be published. Required fields are marked *