ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ସମ୍ବର୍ଦ୍ଧନାରେ ମହା ସମାରୋହ ।

ଫୋକସ ପ୍ଲସ ୧୩/୬/୨୨ (ରାଇରଙ୍ଗପୁର): ଠାକୁରମୁଣ୍ଡାର ସମସ୍ତ ବିଜେଡି କର୍ମୀମାନେ ନିଜର ନେତ୍ରୀ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କୁ ଗୋଡଭଙ୍ଗାଠାରୁ କରଞ୍ଜିଆ ପର୍ଯ୍ୟନ୍ତ ସ୍ୱାଗତ କରି ନେଇଯାଇଥିଲେ ।ଗୋଡଭଙ୍ଗାରୁ କରଞ୍ଜିଆ ମଧ୍ୟରେ ସମସ୍ତ ଛକମାନଙ୍କ ରେ ବିଜେଡ଼ି କର୍ମୀମାନେ ମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ ।ଏହି ରାଲିଟି ଠାକୁରମୁଣ୍ଡା ବ୍ଲକ ରେ ସବୁଠୁ ବଡ ରାଲିଥିଲା ।ଏଥିରେ ଶହେରୁ ଅଧିକ ଚାରିଚକିଆ ଯାନ ଯୋଗ ହୋଇଥିଲା ।ଠାକୁରମୁଣ୍ଡା ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଏବଂ ଜିଲ୍ଲା ପରିଷଦ ମଧ୍ୟ ଉପସ୍ଥିତ ଥିଲେ ।ମୟୂରଭଂଜ ଜିଲ୍ଲା ର ଗର୍ବ ଗୈରବକୁ ବଞ୍ଚାଇ ରଖିଛନ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ।ଆଗରୁ ବିଜୁ ପଟ୍ଟନାୟକ ଙ୍କ ସମୟରେ ତାଙ୍କର ଶଶୁର ରଘୁନାଥ ହେମ୍ବ୍ରମ ମଧ୍ୟ ମନ୍ତ୍ରୀ ପଦବୀ ପାଇଥିଲେ । ଡିଜେ ସହ ଅଦୀବାସୀ ନୃତ୍ୟର ତାଳେତାଳେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।ଶେସରେ ମା ବାସୁଳୀ ମନ୍ଦିରରେ ପୂଜାର୍ଚ୍ଚନା କରି କରଞ୍ଜିଆ ମୁଖେ ଗତି କରିଥିଲେ ।

Leave a Reply

Your email address will not be published. Required fields are marked *