ମନ୍ଦିରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଫୋକସ ପ୍ଲସ(ବସ୍ତା): ବିଳମ୍ବିତ ରାତିରେ ଦୁଇଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ |ସନ୍ଦେହ ଘେରରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ |ସୁଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଦରଡାସ୍ଥିତ ଉମା ମହେଶ୍ୱର ମନ୍ଦିର ଏବଂ କୁଣ୍ଡେଇ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସମସ୍ତ ସାମଗ୍ରୀ ଲୁଟ କରିଛନ୍ତି ଦୁର୍ବୃତ୍ତ |ଲୁଟ ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ଯ ୩ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି |ଘଟଣାକୁ ନେଇ ବସ୍ତା ପୋଲିସ ପ୍ରାଥମିକ ତଦନ୍ତ କରି ଦୁଇ ଜଣକୁ ଅଟକ ରଖି ପଚରାଉଚରା କରୁଛି |ତେବେ ଏହି ଭଳି ଆଗରୁ ମଧ୍ୟ ଦୋକାନ, ମନ୍ଦିର ଓ ଆଖପାଖ ଅଞ୍ଚଳରେ ବାରମ୍ବାର ଏଭଳି ଚୋରି ଘଟଣା ଘଟି ଆସୁଛି |ହେଲେ ଏପର୍ଯ୍ୟନ୍ତ ପୋଲିସ ଏହାର ସୁରାକ ପାଇପାରୁ ନାହିଁ |ଏଥିପାଇଁ ପୋଲିସ ଏକ ଟିମ୍ ଗଠନ କରି ରାତିରେ ପେଟ୍ରୋଲିଂ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ବସ୍ତାରୁ ଚାନସେଲର ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *