ମନ୍ଦିର ଉପରେ ଲୁଟେରାଙ୍କ ପଡୁଛି ନଜର, ବୌଦ୍ଧ ଚନ୍ଦ୍ରଚୁଡ ମନ୍ଦିର ରେ ଚୋରି, ପୋଲିସ ର ତଦନ୍ତ ଆରମ୍ଭ |

ବୌଦ୍ଧ19/01/2024: ଦିନକୁ ଦିନ ବୌଦ୍ଧ ଜିଲ୍ଲା ରେ ମନ୍ଦିର ଲୁଟେରାଙ୍କ ପାଦ୍ରୁଭବ ବଢ଼ୁଥୁବା ବେଳେ ପୋଲିସ କୁ ଚକମା ଦେଖାଉଚି ଚୋର l ସୂଚନା ଅନୁଯାଇ କିଛିଦିନ ତଳେ ଜିଲ୍ଲା ର ହରେକୃଷପୁର ଶିବ ଓ ଶ୍ରୀରାମ ମନ୍ଦିର , ରାଧାନଗର ଦୁର୍ଗା ମନ୍ଦିର, ବଘାରପାଲି ଶିବ ମନ୍ଦିର,ଚୋରି ଘଟଣା ସାମ୍ନା କୁ ଆସିଥିବା ବେଳେ ପୁଣି ବର୍ତମାନ ବୌଦ୍ଧ ସଦର ମହାନଦୀ କୂଳ ରେ ଅବସ୍ଥିତ ବାବା ଚନ୍ଦ୍ରଚୁଡ ମନ୍ଦିର ରେ ତାଲା ଭାଙ୍ଗି ଚୋରି ହୋଇଥିବା ଘଟଣା ସମସ୍ତ ଙ୍କୁ ଚକିତ କରିଥିବା ଜଣାପଡିଛି l ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି, ଦାନ ହୁଣ୍ଡୀ ଭାଙ୍ଗିବା ସହ କିଛି ମୂଲ୍ୟବାନ ଜିନିଷ ମଧ୍ୟ ଚୋରି ହୋଇଛି lଏନେଇ ମନ୍ଦିର କମିଟି ପକ୍ଷରୁ ମଧ୍ୟ ବୌଦ୍ଧ ସଦର ଥାନା ରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ପହଁଚି ଘଟଣା ର ତଦନ୍ତ ଜାରି ରଖିଛି l ଅନ୍ୟପଟେ ଦିନକୁ ଦିନ ମନ୍ଦିର ଭଳି ଧର୍ମନୁଷ୍ଠନ ସ୍ଥାନ ଗୁଡିକ ରୁ ପୋଲିସ କୁ ଚକମା ଦେଇ ଚୋରି କାର୍ଯ୍ୟ ବଢ଼ୁଥିବାରୁ ଶ୍ରଦ୍ଧାଳୁ, ଭକ୍ତ ଏବଂ ବୁଦ୍ଧିଜୀବୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଉଛି, ପୋଲିସ ର କଡା ପେଟ୍ରୋଲିଙ୍ଗ ପାଇଁ ଦାବି ହେଉଛି |

Leave a Reply

Your email address will not be published. Required fields are marked *