ମରଣଜନ୍ତା ପାଲଟିଛି ସୋରଡ଼ା ଜରଉ ସେତୁ

ଫୋକସ ପ୍ଲସ(ସୋରଡ଼ା)୦୭/୦୯/୨୦୨୨: ଏହି ଦୃଶ୍ୟ ହେଉଛି ସୋରଡ଼ା ନିର୍ବାଚନ ମଣ୍ଡଳୀର ୫୯ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଜର ଉ ସେତୁ। ଏହା ସୋରଡା ର ମୁଖ୍ୟ ରାସ୍ତା ଯାହାକି ବ୍ରହ୍ମପୁର ବାଲିଗୁଡା ଭୁବନେଶ୍ଵର ଭଞ୍ଜନଗର ଦାରିଂବାଡ଼ି ବଡଗଡ ମୋହନା ଆଦି ଛୋଟ ବଡ଼ ସହର କୁ ସଂଯୋଗ କରୁଛି କିନ୍ତୁ ଏବେ ପାଲଟିଛି ମରଣଯନ୍ତା। ଏହି ଘଟଣା କୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ମରାମତି କାର୍ଯ୍ୟ ହୋଇ ପାରୁନାହିଁ ଏହି ରାସ୍ତା ଦେଇ ସରକାରୀ ବେସରକାରୀ ଯାତ୍ରୀବାହି ବସ୍ ସହ ଶହ ଶହ ବାଲି ଟ୍ରକ ଆଦି ଭାରି ଯାନବାହାନ ଯାଉଥିବା ବେଳେ ଦୁର୍ଘଟଣା ଘଟି କାହାର ଜୀବନ ଚାଲିଯିବ ତାହା କହି ହେବନାହିଁ।ତଥାପି ଏହି ରାସ୍ତା ଦେଇ ସୋରଡ଼ା ର ରାଜନେତା ଏବଂ ବଡ଼ ବଡ଼ ପଦାଧିକାରୀ ସରକାରୀ ବାବୁ ମାନେ ଯାତାୟାତ କରୁଥିଲେ ମଧ୍ୟ କାହିଁକି ଅଣଦେଖା କରୁଛନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।କେବେ ଏହାର ମରାମତି କାର୍ଯ୍ୟ ପୂର୍ଣ୍ଣ ହେବ ତାହା ଅପେକ୍ଷାରେ ସୋରଡ଼ାବାସୀ |

ସୋରଡ଼ା ରୁ କୋରେଶ୍ ମହାପାତ୍ର ଙ୍କ ରିପୋର୍ଟ |

Leave a Reply

Your email address will not be published. Required fields are marked *