ଫୋକସ ପ୍ଲସ (ଅନୁଗୋଳ)୨୧/୦୭/୨୦୨୨: ରାଜ୍ୟ ସରକାର ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରୁ କୋଟି କୋଟି ଟଙ୍କା ରାଜସ୍ୱ ନେଉଥିବା ବେଳେ । ଅନ୍ୟ ଜିଲ୍ଲାଠୁ ପଛରେ ପଡିଛି ଅନୁଗୋଳ , ଏଠି ଜିନ୍ଦଲ , ଟାଟା , MCL , ନାଲକୋ ଭଳି ଅନେକ ରାଷ୍ଟ୍ରାୟତ ଉଦ୍ୟଗ ରହିଅଛି । କିନ୍ତୁଅତ୍ୟନ୍ତ ଦୁଃଖର ବିଷୟ ଯେ ୫୫ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାର ପଡିରହିଛି। କେତେ ବେଳେ ବି ବିଘଟିପାରେ ବଡ଼ ଦୁର୍ଘଟଣା। ବିଗତ କିଛି ବର୍ଷ ମଧ୍ୟରେ ଅନେକ ଲୋକ ଗାଡି ଦୁର୍ଘଟଣାରେ ଜୀବନ ହରାଇଛନ୍ତି। ଠିକା ସଂସ୍ଥାର ମନମାନୀ କାର୍ଯ୍ୟ ଯୋଗୁଁ ଅଧାରେ ଅଟକି ରହିଛି ରାସ୍ତା କାମ । ଯାହା ୪ ବର୍ଷ ହେଲା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେଉନାହିଁ ଏହି ରାସ୍ତାର ୪ ଲାଇନ କାର୍ଯ୍ୟ । ତେବେ ରାସ୍ତା ଶୋଚନୀୟ ଅବସ୍ଥାରେ ବର୍ତ୍ତମାନ ଜନଜୀବନବିପଦରେ । ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଲାଇଫ ଲାଇନ କହିଲେ ୫୫ ନମ୍ବର ଜାତୀୟ ରାଜପଥ କୁ ବୁଝାଏ । ଆଜିକୁ ପ୍ରାୟ ୪ ବର୍ଷ ତଳେ ଆରମ୍ଭ ହୋଇଥିବଏହି ୪ ଲେନ ଓ ସଂପ୍ରସାରଣ କାର୍ଯ୍ୟ ଏ ପର୍ଯ୍ୟନ୍ତ ସରିଲା ନାହିଁ । ଏହି ଜାତୀୟ ରାଜପଥ ଦେଇ ପ୍ରତ୍ୟକ ଦିନ ଶହ ଶହ ଗାଡି ଚଳାଚଳ କରିଥାଏ । ୫୫ ନମ୍ବର ଜାତୀୟ ରାଜପଥ ରୁ ସରକାର ରାଜସ୍ୱ ମଧ୍ୟ ଆଦାୟ କରୁଛି କିନ୍ତୁ ଜାତୀୟ ରାଜପଥ ଅବସ୍ଥା ଏବେ ଶୋଚନୀୟ ହୋଇ ପଡିଥିବାରୁ ଘଣ୍ଟା ଘଣ୍ଟା ଧରି ରାସ୍ତା ରେ ଗାଡି ଗୁଡିକ ଛିଡା ହେଉଛନ୍ତି। ଯାହା ଫଳରେ ଯାତାୟତ କରୁଥିବା ଲୋକ ମାନଙ୍କର ବିଭିନ୍ନ ସମସ୍ୟା ଦେଖାଯାଉଛି । ଦୁର୍ଘଟଣା, ସମୟ ନଷ୍ଟ, ବାୟୁ ପ୍ରଦୂଷଣ ଭଳି ସମସ୍ୟା ଦେଖାଦେଇଛି । ଏହା ଯେ ଆମ୍ବୁଲାନ୍ସ ରେ ଯାଉଥିବା ରୋଗୀ ଉଚିତ୍ ସମୟରେ ପହଞ୍ଚି ପାରୁନାହିଁ ଚିକିତ୍ସାଳୟରେ ଯାହା ଫଳରେ ଜୀବନ ହାନି ହେବାର ସମସ୍ୟା ଦେଖା ଦେଉଛି । ବିଭିନ୍ନ ସମୟରେ ଦୁର୍ଘଟଣା ନେଇ ଜିଲ୍ଲା ପ୍ରଶାସନ ଏବଂ ରାଜନେତା ମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ରାସ୍ତା କାମ ପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ତେଣୁ ୫୫ ନମ୍ବର ଜାତୀୟ ରାଜପଥ ଏହି ଭଳି ଅବସ୍ଥା ପାଇଁ ଯଦି ଆଗାମୀ ଦିନରେ ଜୀବନ ହାନି ହୁଏ ତା ହେଲେ ଜିଲ୍ଲା ପ୍ରଶାସନ ଏବଂ ରାଜନେତା ମାନେ ଦାୟୀ ରହିବେ କି? ଆଉ କେତେ ଦିନ ଏହି ଅବସ୍ଥା ଭୋଗିବେ ଅନୁଗୋଳ ଜିଲ୍ଲା ବାସୀ ।
ଅନୁଗୋଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ ପ୍ଲସ ।