ମରଣଯନ୍ତା ସାଜିଛି ଅଧାଗଢା ଲୁଣା ପୋଲ

ଫୋକସ ପ୍ଲସ (ଡେରାବିଶ)୧୫/୦୭/୨୦୨୨: ପନ୍ଦର ବର୍ଷ ହେବ ଅଧାଗଢା ହୋଇ ପଡି ରହିଛି ପାଣିଓଳା-ଦାନପୁର ଲୁଣା ପୋଲ. ପାଟକୁରା ଦ୍ବିପlଞ୍ଚଳ ରୁ କଟକ,
ଯାଜପୁର,ଭଦ୍ରକ, ଚlନ୍ଦବାଲି କୁ ଯାତାୟାତ ର ଏହି ଗୋଟିଏ ମାଧ୍ୟମ ଲୁଣା ବ୍ରିଜ କିଛି ଅlଭ୍ୟନ୍ତରୀଣ ବିବାଦ କୁ କେନ୍ଦ୍ର କରି ଅଧା ପନ୍ତରିୟା ହୋଇ ପଡି ରହିଥିବା ବେଳେ ଲୋକେ ଯାତାୟତ ର ମାଧ୍ୟମ ନପାଇ କେନ୍ଦ୍ରାପଡ଼ା କେନାଲ ର ସଂକୀର୍ଣ୍ଣ ପଦ ଚlଳିତ ପୋଲ ତଥା ଲକ ଉପରେ ଯାତାୟାତ ପାଇଁ ନିର୍ଭରସିଳ ହୋଇ ପଡିଛନ୍ତି. ଏହି ଲକ ଉପରେ ଦୁଇ ଚକିଆ ଠୁ ଆରମ୍ଭ କରି ଭାରିଯାନ ଚଳାଚଳ ଦ୍ୱାରା କେନ୍ଦ୍ରାପଡ଼ା କେନାଲ ବନ୍ଧ ପୋଲ ତଥା ଲକ ଟି ମଧ୍ୟ୍ୟ ଦୁର୍ବଳ ହୋଇ ଭୁଶୁଡି ପଡିବା ଉପରେ. ଏନେଇ ଅସନ୍ତୁଷ୍ଟ ପାଟକୁରା ଓ ଡେରାବିଶ ଅଞ୍ଚଳ ବାସି | ଆପ୍ରୋଜ ବ୍ରିଜ ଅର୍ଦ୍ଧ ନିର୍ମିତ ଅବସ୍ଥା ରେ, କେନ୍ଦ୍ରାପଡ଼ା କେନାଲ ଉପରେ ବିପଦ ସଂକୁଳ ଅବସ୍ଥା ରେ ଥିବା ଦାନପୁର ସଂକୀର୍ଣ୍ଣ ଲକ ସାଜିଛି ଗମନାଗମନ ର ବାଧ୍ୟତା ମୂଳକ ମାଧ୍ୟମ |

ପାଟକୁରା ଦ୍ବିପlଞ୍ଚଳ ସହ ସହରୀ ସଭ୍ୟତା କୁ ସଂଯୋଗୀକରଣ କରୁଥିବା ଲୁଣା-କରଣ୍ଡୀଆ ଦ୍ବିଭାଗବର୍ତ୍ତୀ ଅଞ୍ଚଳ ପାଣିଓଳା-ଦାନପୁର ଲୁଣା ପୋଲ ଅଧାଗଢା ହୋଇ ପଡି ରହିଥିବାରୁ ଯାତାୟାତ ର ମାଧ୍ୟ୍ୟମ ପାଲଟି ଥିବା ସମୀପବର୍ତ୍ତୀ କେନ୍ଦ୍ରାପଡ଼ା କେନାଲ ର ସଂକୀର୍ଣ୍ଣ ଲକ ମଧ୍ୟ ଭାରି ଯାନ ର ଭlର ରେ ଭାରାକ୍ରାନ୍ତ ହୋଇ ଭଗ୍ନ ଓ ଦୁର୍ବଳ ଅବସ୍ଥା ରେ ପଡି ରହିଛି.ଏହି ସଂକୀର୍ଣ୍ଣ ଲକ ର ରାସ୍ତା ରେ ଦୁଇ ପଟୁ ଆସୁଥିବା ଯାନ ପାରି ହେବା ପାଇଁ ରାସ୍ତା ତଥା କେନାଲ ଲକ ପ୍ରଶସ୍ତ ନଥିବାରୁ ଅନେକ ସମୟ ରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳେ |ଲୁଣା ନଦୀ ତଟ ରୁ କେନ୍ଦ୍ରାପଡ଼ା ଓ କଟକ କୁ ଯାଉଥିବା ନଦୀ ବାଲି ର ଶତକଡା ଚାଳିଶି ଭାଗ ବାଲି ଏହି ଠାରେ ଅବସ୍ଥିତ ଘାଟ ରୁ ହିଁ ଉଠିଥାଏ. ସବୁ ବାଲି ବୋଝେଇ ହାଇବା, ଟ୍ରକ ତଥା ଭରିଯାନ ଏହି ସଂକୀର୍ଣ୍ଣ କେନାଲ ବ୍ରିଜ ଦେଇ ଯାତାୟାତ କରେ |ଦିନକୁ ସତାଧିକ ହାଇବା ଯାତାୟାତ କରୁଥିବା ସ୍ଥାନୀୟ ଲୋକେ ପ୍ରତିକ୍ରିୟା ଦେଇଛନ୍ତି |ତେବେ ସଂକୀର୍ଣ୍ଣ କେନାଲ ବ୍ରିଜ ର ଉପର ପ୍ରସ୍ଥ ଉପରେ ପୁଳା ପୁଳା ବାଲି ଜମା ହେଉଛି ଫଳରେ ଭାରି ଯାନ ର ଯିବା ଫଳରେ ରାସ୍ତା ର ଅବସ୍ଥା ସଚନୀୟ ହୋଇପଡିଛି |

ଇଂରେଜ ଅମଳ ର ଏହି ଦାନପୁର କେନାଲ ଲକ କୁ ମରାମତି ମଧ୍ୟ କରା ଯାଇ ନାହିଁ | ଆର.ଏନ.ବି ଓ ଆର. ଡି ର ମିଳିତ ବିଭାଗ ରେ ଥିବା ଏହି ଲୁଣା ପୋଲ ଓ କେନାଲ ବ୍ରିଜ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି |
ପ୍ରଶାସନ ର ଇଚ୍ଛାଶକ୍ତି ଅଭାବ ଯୋଗୁ ହନ୍ତସନ୍ତ ସ୍ଥାନୀୟ ବାସିନ୍ଦା.ବର୍ଷା ଦିନେ ଏହି ରାସ୍ତା ରେ କାଦୁଅ ଜମି ଖସଡା ହୋଇପଡେ |
ବିଗତ ଦିନ ରେ ଏହି ରାସ୍ତା ରେ ବେଆଇନ ଭାବେ ହାଇବା ଚଳାଚଳ କୁ ପ୍ରଶାସନ ରୋକ ଲଗାଇ ନଥିବାରୁ ଏକ ନାବାଳିକା ଉପରେ ହାଇବା ଚଢି ତାର ମୃତୁ ଭଳି ଅଭାବନୀୟ ପରିସ୍ଥିତି ଘଟିଥିଲା |

ତଥାପି ଏହି ସଂକୀର୍ଣ୍ଣ ରାସ୍ତା ରେ ହାଇବା ଚଳାଚଳ ର ପାଦୁର୍ଭାବ ବଢ଼ିବାରେ ଲାଗିଥିଲେ ବି କେନ୍ଦ୍ରାପଡ଼ା ପ୍ରଶାସନ ନିଘୋଡ଼ ନିଦରେ ଶୋଇଥିବା ଦେଖିବାକୁ ମିଳିଛି.ଏହି ଦୁର୍ଘଟଣା ପ୍ରବଣ ଜରାଜୀର୍ଣ୍ଣ ବିପଦସଂକୁଳ ରାସ୍ତା ର ମରମତି, ରଶସ୍ଥିକାରଣ ଓ ଅଧାଗଡା ହୋଇ ରହିଥିବା ପୋଲ ର ନିର୍ମାଣ ଦାବି କରିଛନ୍ତି ସ୍ଥାନୀୟ ଲୋକେ |
ଏନେଇ ସ୍ଥାନୀୟ ପ୍ରଶାସନ କୁ ଆମେ ଅବଗତ କରାଇବା ପରେ ଆର.ଡି ବିଭାଗୀୟ ଅଧିକାରୀ ଏନେଇ ଆଗାମୀ ଦିନ ରେ ଏହିଁ ରାସ୍ତା ର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ କାର୍ଯ୍ୟାଦେଶ ଦିଆଯିବ ବୋଲି କହିଥିଲେ. ଡେରାବିଶ ବ୍ଲକ ବିଡ଼ିଓ ଓ ଉପାଧକ୍ଷ ନିଜ ପ୍ରତିକ୍ରିୟା ରେ ଏହି ଆପ୍ରୋଜ ବ୍ରିଜ, ଲକ ଓ ରାସ୍ତା ର ନିର୍ମାଣ ନିମିତ୍ତ ସମସ୍ୟା ଓ ଆଗାମୀ ଦିନ ରେ ତାର କିପରି ସମାଧାନ ଓ ଉନ୍ନତିକରଣ କରାଯିବ ତାହା ପ୍ରତିକ୍ରିୟା ଦେଇଥିଲେ

ଡେରାବିଶ ବ୍ଲକ୍ ରୁ ଜିବେନ୍ଦୁ ମଲ୍ଲିକ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *