ଫୋକସ ପ୍ଲସ(ବାସୀ ସୋରଡ଼ା)୩୧/୦୮/୨୦୨୨: ସୋରଡା ୫୯ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ଯରଉ ବ୍ରିଜ ନିକଟରେ। ଏହା ସୋରଡା ର ମୁଖ୍ୟ ରାସ୍ତା ଯାହାକି ବରମ୍ପୁର ବାଲିଗୁଡା ଭୁବନେଶ୍ଵର ଭଞ୍ଜନଗର ଦର୍ଂବାଡି ବଡଗଡ ଆଦି ଛୋଟ ବଡ଼ ସହର କୁ ସଂଯୋଗ କରୁଛି କିନ୍ତୁ ଏବେ ମରଣଯନ୍ତା ପାଲଟିଥିବା ଏହି ଘଟଣା କୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ମରାମତି କାର୍ଯ୍ୟ ହୋଇ ପାରୁ ନାହିଁ ଏହି ରାସ୍ତା ଦେଇ ସରକାରୀ ବେସରକାରୀ ଯାତ୍ରୀବାହି ବସ୍ ଟ୍ରକ୍ ଆଦି ଭାରି ଯାନ ବାହାନ ଯାଉ ଥିବା ବେଳେ ଦୁର୍ଘଟଣା ଘଟି କାହାର ଜୀବନ ଚାଲିଯିବ ତାହା କହି ହେବନାହିଁ।ତଥାପି ଏହି ରାସ୍ତା ଦେଇ ସୋରଡ଼ା ର ରାଜନେତା ଏବଂ ବଡ଼ ବଡ଼ ପଦାଧିକାରୀ ସରକାରୀ ବାବୁ ମାନେ ଯାତାୟାତ କରୁଥିଲେ ମଧ୍ୟ କାହିଁକି ଅଣଦେଖା କରୁଛନ୍ତି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।କେବେ ଏହାର ମରାମତି କାର୍ଯ୍ୟ ପୂର୍ଣ୍ଣ ହେବ ତାହା ର ଅପେକ୍ଷା ରେ ସୋରଡ଼ା |
ବାସୀ ସୋରଡ଼ା ରୁ କୋରେଶ୍ ମହାପାତ୍ର ଙ୍କ ରିପୋର୍ଟ୍ ଫୋକସ ପ୍ଲସ |