ମରଣ ଯନ୍ତା ବସୋଈ ଗ୍ରାମର ରାସ୍ତା

ଫୋକସ ପ୍ଲସ (ପରଜଙ୍ଗ)୨୧/୦୭/୨୦୨୨: ନା ଫଳ ଦେଉଛି ଅଭିଯୋଗ ନା କାମରେ ଆସୁଛି ପ୍ରଶାସନ ଆଶ୍ୱାସନା କେବେ ବଦଳିବ ଦୁଃଖ ଓ ମୌଳିକ ସୁବିଧା ପ୍ରଶ୍ନ ପଚାରୁଛନ୍ତି ଗାଁ ର ଅନେକ ବାସିନ୍ଦା ଆସନ୍ତୁ ଦେଖିବା l ଏ ଭଳି ଏକ ଦୂର୍ଷ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତ ଗୁଠ ଛକ ଠାରୁ ବଡଦାଣ୍ଡ ସାହି ଓ ଗୁଠ ଛକ ରୁ କମଡ଼େଇ ରାସ୍ତା ସତେ ଯେମିତି ମରଣ ଯନ୍ତା ପାଲଟିଛି ବାରମ୍ବାର ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଓ BDO ମୋହଦୟ ପରଜଙ୍ଗ 2 ନମ୍ବର ଜୋନ ର ଜିଲ୍ଲା ପରିଷଦ, ଙ୍କୁ ଜଣାଇବା ସତ୍ୱେ କିଛି ବି ଫଳ ପ୍ରଦ ହେଉନାହିଁ ପ୍ରତି ଦିନ ଏହି ରାସ୍ତା ଦେଇ ଲୋକଙ୍କ ଯିବା ଆସିବା ଏବଂ ଛୋଟ ପିଲା ମାନେ ସ୍କୁଲ କୁ ପାଣି କାଦୁଅ ରେ ପାରି ହୁଇ ଯାତାୟାତ କରୁଛନ୍ତି ତାହା ଦେଖିଲେ ଆପଣ ବି କହିବେ କେମିତି ପ୍ରଶାସନ ର ନଜର ନାହିଁ l ସରକାର କୋଟି କୋଟି ଟଙ୍କା ଗ୍ରାମ୍ୟ ଉନୟନ ନିମନ୍ତେ ଖର୍ଚ୍ଚ କରୁଥିବା ବେଳେ ଏହା ହେଉଛି ତାର ନଗ୍ନ ଚିତ୍ର l ପ୍ରାୟ 200 ଘର ପରିବାର ଲୋକ ଏହି କାଦୁଅ ପାଣି ରାସ୍ତାରେ ଯିବା ଆସିବା କରନ୍ତି l ପ୍ରତି 5 ବର୍ଷ ରେ ସରପଞ୍ଚ ପରେ ସରପଞ୍ଚ ବଦଳୁଛନ୍ତି ହେଲେ ଗାଁ ର ବିକାଶ ସେତିକିରେ ରହିଯାଉଛି l ନିର୍ବାଚନୀ ସମୟ ଆସିଲେ କେତେ ଯେ ନାନା କଥା କହି ଲୋକଙ୍କୁ ଭଣ୍ଡେଇ ଭୋଟ ହାସଲ କରୁଛନ୍ତି l କିନ୍ତୁ ନିର୍ବାଚନୀ ସରିଲା ପରେ ଦବା ଦବା କହି କାଗଜ କଲମରେ ଅଭିଯୋଗ ସିମିତ ରହିଯାଉଛି l ଖାଲି ଦେଖିବାକୁ ବାକି ରହିଲା କେବେ ଲୋକଙ୍କ ଦୁଃଖ ଦୁର୍ଦଶା ଉପରେ ବିଧାୟକ ଙ୍କ ନଜର ପଡୁଛି |

ପରଜଙ୍ଗ ରୁ ଆଶିଷ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *