ମରଣ ସହ ଲଢ଼ୁଛି, ଅଂଶୁମାନ ।

ଫୋକସ ପ୍ଲସ 26/4 (ବେଙ୍ଗାଳୁରୁ):8 ବର୍ଷ ର ଅଂଶୁମାନ ଏବେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ମରଣ ସହ ଲଢ଼ୁଛି । ସହାୟତା ପାଇଁ ନିବେଦନ କଲେ ବାପା ମା I

ବେଙ୍ଗାଲୁରୁ ରେ ବାପା ମା ସହ ରହୁଥିବା ଜଣେ 8 ବର୍ଷର କୁନି ପିଲା ଆଜି ଅଜାଣତରେ ଦୁର୍ଘଟଣା ର ଶିକାର ହୋଇ ବେଙ୍ଗାଲୁରୁ ର ଏକ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢ଼ୁଛି । ଏବେ ସେ ଆୟୁଷ ରେ ରହି ମରଣ ସହ ଲଢ଼ୁଛି । ଏପଟେ ସମସ୍ତଙ୍କ ସହଯୋଗ ସାହାଯ୍ୟ ଏବଂ ଧାର ଦେନା କରି ଏବେ ସୁଦ୍ଧା 18 ଲକ୍ଷ ଖର୍ଚ୍ଚ ହୋଇସାରିଥିବା ପରେ ଅର୍ଥ ଅଭାବରୁ ଏବେ ଚିକିତ୍ସା ରେ ସାଜିଛି ବାଧକ । ସୂଚନା ଯେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଢ଼ିଆ ଗ୍ରାମର ଅଲେଖ ଦାସ ଙ୍କ 8 ବର୍ଷର ପୁଅ ଅଂଶୁମାନ । ବେଙ୍ଗାଲୁରୁ ଏଚଏସ ଆର ଲେଆଉଅଟ ସୋମସନ୍ଦ୍ରା ପାଲିଆ ରେ ବାପା ଓ ମାଙ୍କ ସହ ରହୁଛି । ବାପା ଅଲେଖ ବିଭିନ୍ନ ଅପାର୍ଟ ମେଣ୍ଟ ମାନଙ୍କରେ ରୋଷେଇ କରନ୍ତି । ମାସକୁ କହିଲେ 10 ରୁ 15 ହଜାର ଇନ କମ । ଏଭଳି ଭାବେ ବାପା ମା ଓ ଅଂଶୁମାନ ଭଲରେ ଦିନ ବିତିଯାଉଥିଲା । ଫେବୃଆରୀ 5 ତାରିଖ ଏକ ବିପଦ ନେଇ ଆସିଲା ଘର ଉପରକୁ । ଅଂଶୁମାନ ସନ୍ଧ୍ୟାରେ ପାଠ ପଢୁ ପଢୁ କୌଣସି କାରଣରୁ ବେକରେ ବେଲ୍ଟ ଭିଡ଼ି ଯିବା ଫଳରେ ଚିତ୍କାର କରି ଉଠିଥିଲା ଅଂଶୁମାନ । ଚିତ୍କାର ଶୁଣି ମା ଧାଇଁ ଆସିବା ଦେଖେତ ପୁଅର ହୋସ ନାହିଁ । ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ନାରାୟଣ ମେଡିକାଲ ନେଇଯାଇଥିଲେ । ପରେ ସେଠାରେ ଡାକ୍ତର ମାନକରିଦେବାରୁ ତାକୁ ସେଣ୍ଟ ଯୋନ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର କହିଲେ ଭରଷା ଛାଡିଦିଅ । ବାପା ମା କାକୁତି ମିନତୀ ହେବା ପରେ ଆୟୁଷ ରେ ରଖା ଯାଇ ବେକ ବାଟେ ଅକ୍ସୀଜେନ ଦିଆଯାଉଛି । ଭଲ ହେବା ପାଇଁ 3 ମାସ ଆୟୁଷ ରେ ରହିବ ପୁଅ ଓ ପରେ ସେ ଏଭଳି 1 ବର୍ଷ ଚିକିତ୍ସା କରାଯିବ । ତେବେ ଧାର ଦେନା କରି ଏବେ ସୁଦ୍ଧା 18 ଲକ୍ଷ ଖର୍ଚ୍ଚ ହୋଇସାରିଥିବ ବେଳେ ଏବେ ଆଉ ଅର୍ଥ ନାହିଁ । ତେବେ ଶତୟତା ପାଇଁ ନିବେଦନ କରିଛନ୍ତି । ଏଥି ସହିତ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ସାହାଯ୍ୟ ସହଯୋଗ କରିବାକୁ ମା ମମତା ଓ ବାପା ଅଲେଖ ନିବେଦନ ପାଇଁ ଆକୁଳ ବିନତି କରୁଛନ୍ତି ।

ବେଙ୍ଗାଲୁରୁ ରୁ ଭବାନୀ ପତି ଙ୍କ ରିପୋର୍ଟ ଫୋକସ ପ୍ଲସ I

Leave a Reply

Your email address will not be published. Required fields are marked *