ମରିଗଲାଣି ମଣିଷ ପଣିଆ, ପୁଅ ନେଉନାହିଁ ବାପର ଶବ

ଫୋକସ ପ୍ଲସ(ପଟ୍ଟାମୁଣ୍ଡାଇ)୨୭/୦୮/୨୦୨୨: ହଜିଗଲାଣି ମାନବିକତା।ମରିଗଲାଣି ମଣିଷ ପଣିଆ।ଖୋଦ ଜନ୍ମ କଲା ବାପା ଆଜି ହୋଇଛି ଅଲୋଡ଼ା। ମେଡିକାଲ ରେ ପଡିରହିଛି ବାପାର ଶବ।ପୁଅ କି ଝିଅ କାହାରି ଦେଖା ନାହିଁ ।ପୁଅକୁ ଖବର ଦେବାରୁ ପୁଅ କହୁଛି ସେ ମୋର କି ବାପ।ମୁଁ ତାକୁ ଚିହ୍ନିନି।ବାହାର ଲୋକ ମାନେ ଜଗି ରହିଛନ୍ତି ଅଲୋଡ଼ା ଶବକୁ।ନିଜ ପୁଅ ଝିଅ ପର କରିଦେଲେ ବାପାର ମୄତ ଦେହ।ସ୍ଵାମୀ ର ଶବ ପାଖରେ ଭୋ ଭୋ ହୋଇ କାନ୍ଦୁଛି ସ୍ତ୍ରୀ।ନିନ୍ଦୁଛି ନିଜର ଜନ୍ମ କଲା ମା କୋଳକୁ ।ନିରାଶ୍ରୟ ହୋଇ ବିକଳରେ ଫୋନ କରୁଛି ସମ୍ପର୍କୀୟ ଙ୍କୁ। ମେଡିକାଲ ରେ ପଡିଛି ଶବ । ଆସୁନାହାନ୍ତି ପରିବାର ଲୋକେ। ଦୁଇ ଝିଅ ଓ ପୁଅ ଥିବା ବେଳେ କେହି ବି ଆସୁନାହାନ୍ତି ଶବ ପାଖକୁ । ଗତକାଲିରୁ ଘଟିଲାଣି ଏଭଳି ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମେଡିକାଲ ରେ ଘଟିଛି ଅଘଟଣ । ମୃତକ ହେଲେ ରାଜନଗରର ଭୀମ ସେନ ବାହାଦୂର । ଭୀମ ସେନ ଗତକାଲି ଠାରୁ ମେଡିକାଲ ରେ ମୃତ୍ୟୁ ବରଣ କରିଥିଲେ ତେବେ ସ୍ଥାନୀୟ ଲୋକେ ପରିବାର କୁ ଖବର ଦେବା ପରେ ଆସୁନାହାନ୍ତି ପରିବାର ଲୋକେ । ଶବ ଙ୍କୁ ଜଗି ରହିଛନ୍ତି ସ୍ଥାନୀୟ ବାସିନ୍ଦା।

ପଟ୍ଟାମୁଣ୍ଡାଇରୁ ଗୌତମ ରାଉତଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *