ମର୍ମନ୍ତୁଦ ସଡ଼କ ଦୁର୍ଘଟଣା :3ମୃତ 5 ଆହତ

ଫୋକସ ପ୍ଲସ ୨୮/୧/୨୩(କେନ୍ଦୁଝର):କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ନିକଟରେ ଆଜି ସକାଳେ ଏକ ଅଟୋ ଓ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତ ସମସ୍ତେ କେନ୍ଦୁଝର ଜିଲ୍ଲାର ସାନକମଣ୍ଡର ଗାଁର ବୋଲି ଜଣାଯାଇଛି।ଆଜି ସକାଳେ ୭ଜଣ ପରିବା ବିକାଳି ଏକ ଅଟୋ ଯୋଗେ କେନ୍ଦୁଝର ବଜାରରୁ ପରିବା ବିକ୍ରି କରି ନିଜ ଘର ସାନକମଣ୍ଡରକୁ ଫେରୁଥିଲେ । ବସନ୍ତପୁର ନିକଟରେ ବିପରୀତ ଦିଗରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ସହ ଅଟୋର ମୁହାଁ ମୁହିଁ ଧକ୍କା ହୋଇଥିଲା ଏବଂ ଘଟଣାସ୍ଥାଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୫ ଜଣ ଗୁରୁତର ଆହତ ହୋଇଥିଲେ। ଏନେଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ଘଟଣା ସ୍ଥଳରେ ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *