ଫୋକସ ପ୍ଲସ 7/1/2023(ହାଟଡିହି): ଭୂତ ନାମରେ ଉଠୁଛି ଭତ୍ତା ଟଙ୍କା ।ମଲା ଲୋକଙ୍କ ଭତ୍ତା ଟଙ୍କାକୁ ବି ଛାଡ଼ୁନାହାଁନ୍ତି ସରକାରୀ କର୍ମଚାରୀ। ଭତ୍ତା ବିଭାଗକୁ ଦୁର୍ନୀତି ମୁକ୍ତ କରିବା ପାଇଁ ବ୍ଲକପ୍ରଶାସନ ଯେତେ ପ୍ରୟାସ କଲେ ମଧ୍ୟ ଭତ୍ତା ବିଭାଗ ଉପରୁ ହଟୁ ନାହିଁ ଦୁର୍ନୀତିର ପରଦା ।କେତେ ବେଳେ ଭତ୍ତା ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି ତ କେତେବେଳେ ମରିଯାଇଥିବା ଲୋକଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଉଛି। ଆମେ କହୁଛୁ ହାଟଡିହି ବ୍ଲକ ଅନ୍ତର୍ଗତ ହାବଳେଶ୍ୱର ପଞ୍ଚାୟତର ହେମଲତା ମହାନ୍ତି ଓ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ କଥା।ଜଣେ ୪ ବର୍ଷ ଓ ଜଣେ ୪ ମାସ ହେବ ମାରି ଯାଇଥିଲେ ମଧ୍ୟ ତାଙ୍କ ନାମରେ ଉଠୁଛି ଭତ୍ତା ଟଙ୍କା । କେବେ ହଟିବ ଭତ୍ତା ବିଭାଗ ଉପରୁ ଦୁର୍ନୀତିର ପରଦା ତାହା ଦେଖିବାକୁ ବାକି ରହିଲା।