ମହଙ୍ଗା ପଡିଲା ପ୍ରଧାନ ଶିକ୍ଷତ୍ରୀଙ୍କ ଦୁର୍ବ୍ୟବହାର ଓ ଧମକ

ଫୋକସ ପ୍ଲସ 1/06/22( କନ୍ଧମାଳ):କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଅନ୍ତର୍ଗତ ମାଦାଗୁଡ଼ା ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷତ୍ରୀ ଶ୍ରୀମତୀ ଚନ୍ଦ୍ରିକା ଦେଶି ନାୟକ ଶିକ୍ଷକ ମାନଙ୍କୁ ଦୁର୍ବ୍ୟବହାର, ଧମକ ଓ ଦୁର୍ନୀତି ଏହିଭଳି ଏକାଧିକ ଅଭିଯୋଗ ଆଣି ଏସ ଏମ୍ ସି କମିଟି ର ସଦସ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ମନେ ଏକତ୍ରିତ ହୋଇ ଆଜି ମଙ୍ଗଳବାର ଦିନ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇଥିବା ଦେଖିବାକୁ ମିଳିଛି l କିମିଟି ସଦସ୍ୟ ମନେ କହିବା ଅନୁସାରେ ପ୍ରଧାନ ଶିକ୍ଷତ୍ରି ଶ୍ରୀମତୀ ଚନ୍ଦ୍ରିକା ସ୍କୁଲକୁ ଆସିବା ଦିନ ଠାରୁ ସ୍କୁଲ ରେ ଥିବା ଅନ୍ୟ ଶିକ୍ଷକ ଙ୍କ ସହିତ ପାଟିତୁଣ୍ଡ କରିବା ଏବଂ ଦୁର୍ବ୍ୟବହାର ଦେଖେଇବା ସହିତ ନିୟମନୁସାରେ ସ୍କୁଲ ରେ ପ୍ରତି ମାସରେ ଏସ ଏମ ସି ବୈଠକ ମଧ୍ୟ କରୁ ନାହାନ୍ତି । ଏହି ବାବଦରେ ଯଦିକେହି ଦିଦିଙ୍କୁ ପଚାରେ ବିଭିନ୍ନ ପ୍ରକାର ଗାଳି ଗୁଲଜ କରିବା ସହ ମିଥ୍ୟା କେସ ରେ ଫୋସାଇ ଦେବି ବୋଲି ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଏହି ବିଷୟ ଗ୍ରାମ ବାସୀ ଜାଣିପରି ଏସ ଏମ୍ ସି କମିଟି ସଦସ୍ୟ ଏକତ୍ରିତ ହୋଇ ଆଜି ସ୍କୁଲ ର ମୁଖ୍ୟ ଫାଟକରେ ସକାଳୁ 5ଘଣ୍ଟା ସମୟ ଠାରୁ ଦିନ 11ଘଣ୍ଟା ପର୍ଯ୍ୟନ୍ତ ତାଲା ପକାଇ ସ୍କୁଲଆଗରେ ଧାରଣାରେ ବସିଥିବା ଶୁଣି ଘଟଣା ସ୍ଥଳରେ ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହୁ ଜିଲ୍ଲା ପରିଷଦ ଶ୍ରୀ ଯିରିମିୟ ସୁକାମାଝୀ ପହଞ୍ଚି ଗ୍ରାମ ବାସୀ ଙ୍କୁ ବୁଝାସୁଜା କରି ସ୍କୁଲ ଭିତରେ ବସି ଆଲୋଚନା କରିଥିଲେ । ଏହି ସମୟରେ ପ୍ରଧାନ ଶିକ୍ଷତ୍ରୀ ଶ୍ରୀମତି ଚନ୍ଦ୍ରିକା ଦେଶୀନାୟକ ସମସ୍ତ ଅଭିଯୋଗକୁ ଖଣ୍ଡନ କରୁଥିବା ଦେଖିବାକୁ ମିଳିଥିଲା l ଗୋଷ୍ଠିଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷତ୍ରୀ ଚନ୍ଦ୍ରିକା ଙ୍କୁ ପଦବିରୁ ବହିସ୍କାର କରି ତତ୍କାଳୀନ ପ୍ରଧାନ ଶିକ୍ଷକ ଭାବେ ଶ୍ରୀ ଅନିରୁଦ୍ଧ ବାଘ ଙ୍କୁ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ l

ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *