ମହାନଦୀ ବଟେଶ୍ୱର ଘାଟରେ ଗଦା ଗଦା ଦଳ କେନାଲକୁ ଭରସା କରୁଛନ୍ତି ଲୋକେ |

ଫୋକସ ପ୍ଲସ (ଜଗତପୁର)୨୭/୦୭/୨୦୨୨:୨୬ମହାନଦୀରେ ଗଦା ଗଦା ଦଳ।ସଫେଇ କରାଯିବାର ନାଁ ଧରୁନି ପ୍ରଶାସନ। ଯାହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ହୋଇପାରୁନି। ଫଳରେ ବ୍ୟାରେଜ୍ ଛକ ନିକଟସ୍ଥ ଜିରୋ ପଏଣ୍ଟ କେନାଲରେ ଅତି ବିପଦପୂର୍ଣ୍ଣ ଭାବେ ଲୋକେ ଗାଧୋଇବା ପାଇଁ ଭରସା କରୁଛନ୍ତି। ଏଠାରେ ପ୍ରଖର ସ୍ରୋତ ରହିଥିବା କାରଣରୁ ଅନେକ ଧନଜୀବନ ହାନି ହେବାର ଆଶଙ୍କା ଦେଖା ଦେଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ କରୋନା କଟକଣା ସାମାନ୍ୟ କୋହଳ ହୋଇଥିବାରୁ କାଉଡିଆଙ୍କ ମନରେ ଉତ୍ସାହ ପ୍ରକାଶ ପାଇଛି। ମାତ୍ର ଜଗତପୁର ଅଞ୍ଚଳର ବଟେଶ୍ୱର ମନ୍ଦିର ମହାନଦୀ ଘାଟଟି ପ୍ରତିବର୍ଷ ଶ୍ରାବଣ ମାସରେ ଯେଉଁଭଳି ଚଳଚଞ୍ଚଳ ହୋଇ ଉଠିଥାଏ,ଚଳିତ ବର୍ଷ ଖାଁ ଖାଁ ହୋଇପଡିଥିବା ଦେଖିବାକୁ ମିଳିଛି। ଏହି ଘାଟରୁ ହଜାର ହଜାର ସଂଖ୍ୟାରେ କାଉଡିଆ ପାଣି ଉଠାଇ ଧବଳେଶ୍ଵର ଓ କପିଳାସ ଭଳି ଶୈବପୀଠକୁ ଯାଇଥାନ୍ତି। ଏହି ଘାଟରୁ ଦଳ ସଫେଇ କରାଯାଉ ନ ଥିବାରୁ ସେଠାକୁ କୌଣସି ବି କାଉଡିଆ ପାଣିଭାର ଉଠାଇବାକୁ ଆସୁ ନାହାଁନ୍ତି। ଏମିତି କି କାଉଡିଆଙ୍କ ନିମନ୍ତେ ଉଦ୍ଦିଷ୍ଟ ଷ୍ଟାଣ୍ଡ ମଧ୍ୟ ବ୍ୟବହାରରେ ଲାଗି ପାରୁନି। ତେବେ ପ୍ରଶାସନ ତରଫରୁ କେବେ ଏହି ଘାଟକୁ ସ୍ୱଚ୍ଛ କରାଯିବ ତାହା ଦେଖିବାକୁ ବାକି ରହିଲା।

ଜଗତପୁର ରୁ ପୁର୍ଣ ଚନ୍ଦ୍ର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *