ମହାଶିବରାତ୍ରି ପାଇଁ ବାଲି ସିଂହନାଥ ପୀଠରେ ପ୍ରସ୍ତୁତି ବୈଠକ

ଫୋକସ ପ୍ଲସ ୪/୨/୨୩(ବଡମ୍ବା): ଚଳିତ ବର୍ଷ ମହାଶିବରାତ୍ରି ଜାଗର ଉପଲକ୍ଷେ ପ୍ରଶାସନିକ ସ୍ତରରେ ନିକଟସ୍ଥ OTDC ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପ୍ରଶାସନିକ ବୈଠକରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର, ବଡମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ବଡମ୍ବା ଜିଲ୍ଲା ପରିଷଦ ରବୀନ୍ଦ୍ର କୁମାର ସାହୁ, ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ବଡମ୍ବା ତହସିଲଦାର ତଥା ଦେବୋତ୍ତର ବିଭାଗର ମୁଖ୍ୟ ନୀଳକଣ୍ଠ ବେହେରା, , ବାଙ୍କୀ ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି,ବାଙ୍କୀ ପୋଲିସ ଅଧିକ୍ଷକ ଜ୍ଞାନରଞ୍ଜନ ମିଶ୍ର, ବୈଦେଶ୍ଵର ଥାନା ଅଧିକାରୀ ସମରେନ୍ଦ୍ର ପାଇକରାଏ, ସ୍ଥାନୀୟ ଗୋପୀନାଥପୁର ସରପଞ୍ଚ ଯଯାତି କେଶରୀ ନାୟକ ଏବଂ ବୈଦେଶ୍ଵର ସରପଞ୍ଚ ସୁରଞ୍ଜନ ପଣ୍ଡା ,ଙ୍କ ସମେତ ସିଂହନାଥମନ୍ଦିର ର ସେବାୟତ ଗଣ ଉକ୍ତ ବୈଠକରେ ଉପସ୍ଥିତରହି କାର୍ଯ୍ୟ ସମ୍ପାଦନା କରିଥିଲେ।ଉକ୍ତ ବୈଠକରେ ମକର ମେଳା ରେ ଘଟିଯାଇଥିବା ଅଘଟନ ରେ ମୃତ୍ୟୁ ବରଣ କରିଥିବା ଅଞ୍ଜନା ସ୍ୱାଇଁ ନାମକ ମହିଳାଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ବୈଠକ କାର୍ଯ୍ୟ ଆରମ୍ଭ କରାଯାଇଥିଲା।ମକର ମେଳାରେ ଘଟିଯାଇଥିବା ଅଘଟଣ କୁ ଦୃଷ୍ଟି ରେ ରଖି ପ୍ରଶାସନ ର ତତ୍ପରତା ଦେଖିବାକୁ ମିଳିଥିଲା।ବୈଠକରେ ସର୍ବ ସମ୍ମତି କ୍ରମେ ଯେଉଁ ନିଷ୍ପତି ନିଆଗଲା ତାହାକୁ ଉଭୟ ବ୍ଲକ ସମସ୍ତ ଅଧିକାରୀ ମାନିବାକୁ ବାଧ୍ୟ ସ୍ତ୍ରୀରିକୃତ ହେଲା।୧୮ ତାରିଖ ଭୋର ୪ଟା ସମୟରୁ ୧୯ ତାରିଖ ସକାଳ ୭ ଘଣ୍ଟିକା ପର୍ଯ୍ୟନ୍ତ ଟି ସେତୁ ଦେଇ ସମସ୍ତ ଯାନବାହନ ବନ୍ଦ ରହିବ। ଟି ସେତୁ ଦେଇ ପ୍ରଶାସନ ପକ୍ଷରୁ ବାଉଁଶ ବାରିକେଟ କରାଯିବା ସହ ଉଭୟ ପାଶ୍ୱର ୧୦ କିଲୋମିଟର ପରିଧି ଭିତରେ ଯାନବାହନ ଚଳାଚଳ ବନ୍ଦ ନେଇ ପ୍ରଚାର ପ୍ରସାର କରାଯିବ ବୋଲି ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଉଭୟ ପାଶ୍ୱର ସରପଞ୍ଚ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସାଧାରଣ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନଙ୍କ ପାଇଁ ପାନୀୟ ଜଳ, ସମ୍ପୂର୍ଣ୍ଣ ସେତୁ ଉପରେ ଆଲୋକି କରଣ ଦର୍ଶନ ପାଇଁ ଆସୁଥିବା ଭକ୍ତ ଙ୍କ ପାଇଁ ପ୍ରବେଶିକା ଅର୍ଥ ୫ ଟଙ୍କା କରାଯିବା କୁ ସର୍ଵ ସମ୍ମତି ରେ ଧର୍ୟ୍ଯ କରାଗଲା।ତା ସହିତ ସ୍ୱାସ୍ଥ୍ୟଗତ କାରଣ ରୁ ଚିକିତ୍ସା ସେବା ପାଇଁ ମେଡିକାଲ ଟିମ କୁ ନିୟୋଜିତ କରାଯିବା ସହ ଦମକଳ ବିଭାଗ କୁ ନିୟୋଜିତ କରାଯିବା ନେଇ ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ନିର୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *