ମହିମା ମଠର ମହନ୍ତ ବୃଦ୍ଧ ଧର୍ମାନନ୍ଦଙ୍କ ମୃତ୍ୟୁ

ଫୋକସ ପ୍ଲସ (ଦଶରଥପୁର)୧୩/୦୭/୨୦୨୨ : ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମାନବିକତା ଓଦାୟିତ୍ୱ ହୀନତା ଯୋଗୁଁ ମୁମୂର୍ଷ ବୃଦ୍ଧ ମହନ୍ତ ବ୍ୟାଙ୍କରୁ ମଠରେ ପୁହଁଚିବା ପରେ ମୃତ୍ୟୁ ବରଣ କରିଥିବା ଅଞ୍ଚଳରେ କୋହର ସୃଷ୍ଟି ଖେଳିଛ, ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ବଡ଼ଚେରଗାଁ ପଞ୍ଚାୟତର କର୍ଲାଗ୍ରାମରେ ଥିବା ଅନ୍ତରଙ୍ଗ ମହିମା ମଠର ମହନ୍ତ ବୃଦ୍ଧ ଧର୍ମାନନ୍ଦଙ୍କ ନାମରେ ଧର୍ମଗଡ଼ ଷ୍ଟେଟବ୍ୟାଙ୍କରେ ଟଙ୍କା ଜମା ଥିବାରୁ ତାଙ୍କର ଦୁଇ ଶିଷ୍ୟ ଭୁଲା ଦାସ ଓ ରାମେଶ୍ବର ଦାସ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିଥିଲେ ଯେ ଜମା ଟଙ୍କା ଉଠାଣ ପାଇଁ, ଏବଂ କହିଲେ ଯେ ମହନ୍ତଧର୍ମାନନ୍ଦ ଅସୁସ୍ଥତା ଯୋଗୁଁ ଆସି ପାରିବେ ନାହିଁ ବୋଲି କହିଥିଲେ ହେଲେ ବ୍ୟାଙ୍କ କର୍ତ୍ତୃପକ୍ଷ ନ ବୁଝିବା ହେତୁ ଗତ ଗୁରୁବାର ଦିନ ମୁମୂର୍ଷ ଅବସ୍ଥାରେ ଥିବା ମହନ୍ତ ଙ୍କୁ ଏକ ଗାଡି ଯୋଗେ ଧର୍ମଗଡ଼ ଷ୍ଟେଟବ୍ୟାଙ୍କ ଙ୍କୁ ନେଇ ଦୁଇ ଶିଷ୍ୟ ବୋହି ନେଇ ଥିଲେ ଏବଂ ବ୍ୟାଙ୍କ କାର୍ଯ୍ୟକ୍ରମ ଶେଷ ପରେ ମଠକୁ ଫେରିଲା ପରେ ରାତିରେ ବୃଦ୍ଧ ମହନ୍ତ ଧର୍ମାନନ୍ଦ ଙ୍କ ମୃତ୍ୟୁ ବରଣ ହୋଇଥିଲା, ତା ପରଦିନ ଅର୍ଥାତ ଶୁକ୍ରବାର ଦିନ ସକାଲରେ ମହନ୍ତଙ୍କ ସମାଧି ଶବ ସତ୍କାର କରାଯାଇଛି ବୋଲି କହିଛନ୍ତି, ଏହି ଘଟଣା କୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ଓ ଗଣମାଧ୍ୟମରେ ପ୍ରକାଶିତ ପରେ ଅଞ୍ଚଳରେ ହୋଇଚଇ ସୃଷ୍ଟି ହୋଇଛି, ମୃତ୍ୟୁ ମହନ୍ତ ଧର୍ମାନନ୍ଦ ଦୀର୍ଘ ଦିନ ଅସୁସ୍ଥ ହୋଇ ଥିବା ବେଳେ ଖାଇବା ପିଇବା ମଧ୍ୟ ସ୍ପର୍ଶକରୁ ନ ଥିଲେ,ବୋଲି ତାଙ୍କ ଶିଷ୍ୟ ମାନେକହିଥିଲେ, ଏହି ଭଳି ଜଣେ ମୁମୂର୍ଷ ଅବସ୍ଥାରେ ଗତି କରୁଥିବା ଜଣେ ସାଧୁ ସନ୍ଥ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ମାନବିକତା ଭୁଲିଯାଇ ଥିବା ହେତୁସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି,

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ରୁ କୃଷ୍ଣ ଚନ୍ଦ୍ର ମହାନନ୍ଦ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *