ମହିଳାଙ୍କୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

  • ଅଳପୁଆ ଗାଁର ଘଟଣା; ବାସନ ମାଜିବା ବେଳେ ଟାଣିନେଲା କୁମ୍ଭୀର
  • ନଦୀ ତୁଠରେ ମହିଳାଙ୍କ ଚପଲ ସହ ବାସନ, ବାଲ୍‌ଟି ପଡ଼ିଛି
  • ଟର୍ଚ୍ଚ ଓ ଠେଙ୍ଗା ଧରି ଖୋଜାଖୋଜି କରୁଛନ୍ତି ଗ୍ରାମବାସୀ

ପଟ୍ଟାମୁଣ୍ଡାଇ ଥାନା ଅଳପୁଆ ପଞ୍ଚାୟତର ଅଳପୁଆଡିଆ ଗାଁର ମଞ୍ଜୁଲତା ଭଞ୍ଜ ଆଜି ଅପରାହ୍ନରେ ଖାଇସାରି ବାସନ ମାଜିବା ପାଇଁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ। ନଦୀ କୂଳରେ ବସି ବାସନ ମାଜୁଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ଏବେ ମଞ୍ଜୁଲତାଙ୍କ ପତ୍ତା ମିଳୁନଥିବା ବେଳେ ନଦୀ କୂଳରେ ବାସନ ଓ ଚପଲ ପଡ଼ିଛି। ଏପରିକି କୁମ୍ଭୀର ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳୁଛି। ତେଣୁ ତାଙ୍କୁ କୁମ୍ଭୀର ଟାଣି ନେଇଥିବା ଚର୍ଚ୍ଚା ହେଉଛି। ତଥା ବନ ବିଭାଗ ନଦୀ କୂଳରେ ପହଞ୍ଚି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *