ମହିଳାଙ୍କ ମାସିକ ଧର୍ମ ଯନ୍ତ୍ରଣାର ଉପଚାର |

ଫୋକସ ପ୍ଲସ 12/01/23(ବ୍ୟୁରୋ): ମହିଳା ମାନଙ୍କର ମାସିକ ଧର୍ମ ସମୟରେ ଅନେକ ସମସ୍ୟା ଦେଖାଯାଇଥାଏ |ଏହି ଦିନ ମାନଙ୍କରେ ମହିଳାମାନଙ୍କର ଅଣ୍ଟାରେ ଯନ୍ତ୍ରଣା, ପାଦରେ ଯନ୍ତ୍ରଣା, ପେଟ ଫୁଲିବା ସହ ସେମାନେ ଚିଡ୍-ଚିଡା ମଧ୍ୟ ହୋଇଥାନ୍ତି। ସେହିପରି କିଛି ମହିଳାମାନେ ପାଞ୍ଚ ଦିନ ପର୍ଯ୍ୟନ୍ତ ମଧ୍ୟ ଏଭଳି ଯନ୍ତ୍ରଣା ଅନୁଭବ କରିଥାନ୍ତି। ଯଦି ଆପଣ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପେନ କିଲର ଖାଇବା ପରେ ମଧ୍ୟ କିଛି ପ୍ରଭାବ ଦେଖିପାରୁ ନାହାଁନ୍ତି ତେବେ ଆମେ ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବୁ। ଯାହା ଆପଣଙ୍କର ଏହି ଯନ୍ତ୍ରଣା ଦୂର କରିବାରେ ବିଶେଷ ଲାଭକାରୀ ହେବ। ତେବିଜେ ଜାଣି ନିଅନ୍ତୁ ଏହି ଉପଚାର ବିଷୟରେ |ଲାଭେଣ୍ଡର ତେଲରେ ଆଣ୍ଟି ଫ୍ଲେମେଟରୀ ଗୁଣ ରହିଥାଏ। ଯାହା ମାସିକ ଧର୍ମ ସମୟରେ ଯନ୍ତ୍ରଣା କମ କରିବା ସହ ଅତ୍ୟଧିକ ରକ୍ତସ୍ରାବ କମ କରିବାରେ ସାହାଯ୍ୟ କରିଥାଏ। ଏହି ତେଲର କିଛି ବୁନ୍ଦା ପେଟର ତଳ ଭାଗରେ ମସାଜ କରିବା ଦ୍ବାରା ଗର୍ଭାଶୟରେ ଆରାମ ମିଳିଥାଏ। ଲବଙ୍ଗ ତେଲ ଶରୀରର ଅନେକ ଯନ୍ତ୍ରଣାକୁ ଦୂର କରିବାରେ ଲାଭକାରୀ ହୋଇଥାଏ। ଦାନ୍ତ ଯନ୍ତ୍ରଣା ବ୍ୟତୀତ ଏହି ତେଲ ମାସିକ ଧର୍ମ ସମୟରେ ଯନ୍ତ୍ରଣା ଦୂର କରିବାରେ ଲାଭକାରୀ ହୋଇଥାଏ। ଲବଙ୍ଗ ତେଲର ଦୁଇ-ଚାରି ବୁନ୍ଦା ପାଣିରେ ପକାଇ ସେଥିରେ କିଛି ସମୟ ବସିବା ଦ୍ବାରା ଆରାମ ମିଳିଥାଏ। ଡାଲଚିନି ତେଲ ଏହି ତେଲ ଗର୍ଭାସୟ ସଂକୁଚିତ ହେବାରେ ସାହାଯ୍ୟ କରିଥାଏ। ଯନ୍ତ୍ରଣା ହେବା ସମୟରେ ଏହି ତେଲକୁ ପେଟର ତଳ ଭାଗରେ ଲଗାଇବା ଦ୍ବାରା ଆରାମ ମିଳିଥାଏ। ପିପରମିଣ୍ଟ ଅଏଲ ଏହି ତେଲ ଥଣ୍ଡା-କାଶ, ମୁଣ୍ଡବିନ୍ଧା ଏବଂ ମାସଂପେଶୀ ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ। ସେହିପରି ଏହି ତେଲକୁ ମଧ୍ୟ ମାସିକ ଧର୍ମ ସମୟରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ଜୁଆଣି ଖାଇଲେ ମଧ୍ୟ ପେଟର ଯନ୍ତ୍ରଣା କମିଥାଏ |ଏମିତି ଅନେକ ଘରୋଇ ଉପଚାର ରହିଛି ଯାହା କି ମହିଳା ମାନଙ୍କର ମାସିକ ଧର୍ମ ସମୟରେ ଯନ୍ତ୍ରଣା କମିଥାଏ |

Leave a Reply

Your email address will not be published. Required fields are marked *