ମହିଳାମାନଙ୍କୁ କାହିଁକି ହୁଏ ସର୍ଭାଇକାଲ କ୍ୟାନ୍ସର?

ଆଜିକାଲି ମହିଳାମାନଙ୍କ ନିକଟରେ ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ କର୍କଟ ରୋଗ ଦେଖିବାକୁ ମିଳୁଛି। ଜରାୟୁର ନିମ୍ନ ଭାଗକୁ ସର୍ଭିକ କୁହାଯାଏ। ମହିଳାମାନଙ୍କଠାରେ ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର।ସର୍ଭାଇକାଲ କ୍ୟାନ୍ସରର ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଜଣାପଡ଼ିନଥାଏ। ରୋଗ ଦିନକୁ ଦିନ ଜଟିଳ ହୋଇଗଲେ ଏହି ସବୁ ଲକ୍ଷଣ ପ୍ରକାଶ ପାଇଥାଏ-
ମହିଳାମାନଙ୍କର ଋତୁସ୍ରାବ ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିଲେ ମଧ୍ୟ ରକ୍ତସ୍ରାବ ହୋଇଥାଏ।
ସହବାସ ସମ୍ପର୍କ ପରେ ଭାଜିନାଲରୁ ରକ୍ତସ୍ରାବ ହେବା।
ଏହି ରୋଗ ବଢ଼ିଗଲେ ପରିସ୍ରା ନଳୀ ବା ମୂତ୍ର ନଳୀ ଉପରେ ଚାପ ପକାଇବା କାରଣରୁ ପରିସ୍ରାରେ ଅନିୟମିତତା ଦେଖା ଯାଇଥାଏ।
ସାଧାରଣତଃ hpv ଭାଇରସ ବା ହ୍ୟୁମାନ ପାପିଲମା ଭାଇରସ ସଂକ୍ରମଣ ଯୋଗୁଁ ସର୍ଭାଇକାଲ କ୍ୟାନ୍ସର ହୋଇଥାଏ। ମୁହଁର ମୁଖଗହ୍ୱର, ମଳଦ୍ୱାର ଏବଂ ମୂତ୍ରଦ୍ୱାର ଏହି ସଂକ୍ରମଣ ଦେଖାଯାଇଥାଏ। ଏହି ଭାଇରସର ବିଭିନ୍ନ ସ୍ତର ରହିଛି। ୧୬ ଏବଂ ୧୮ ସ୍ତରର ଭାଇରସ ସର୍ଭାଇକାଲ କ୍ୟାନ୍ସର କରାଇଥାଏ। ଏକାଧିକ ଯୌନ ସମ୍ପର୍କ କିମ୍ବା ସ୍ୱାମୀଙ୍କର ଅସୁରକ୍ଷିତ ଯୌନ ସମ୍ପର୍କ କାରଣରୁ ଏହି hpv ଭାଇରସ ସଂକ୍ରମିତ ହୋଇଥାନ୍ତି।
କାରଣ କଣ-
ସର୍ଭାଇକାଲ କ୍ୟାନ୍ସରର ଚିକିତ୍ସାରେ ପ୍ରଥମେ କ୍ୟାନ୍ସସର ସ୍ଥିତି ବାବଦରେ ପରୀକ୍ଷା କରାଯାଇଥାଏ। କ୍ୟାନ୍ସର ସର୍ଭିକ ଭିତରେ ସୀମିତ ଥିଲେ ଫିଗର ଷ୍ଟେଜିଙ୍ଗ କରାଯାଇଥାଏ। ଷ୍ଟେଜ ୧ ଏବଂ ଷ୍ଟେଜ ୨- ଏ -୧ ଅବସ୍ଥାରେ ରୋଗୀର ସର୍ଜରୀ କରାଯାଇଥାଏ। ସର୍ଜରୀରେ ସମ୍ପୂର୍ଣ୍ଣ ଜରାୟୁ ଏବଂ ଓଭାରି କାଢ଼ି ଦିଆଯାଇଥାଏ। ଷ୍ଟେଜ ଅନୁଯାୟୀ ଏହି କ୍ୟାନ୍ସରର ସର୍ଜରୀ ରହିଛି। କେତେକ ସର୍ଜରୀରେ ଜରାୟୁ ଏବଂ ଓଭାରି ପାଖରେ ଥିବା ଲିମ୍ଫନୋଡ ବା ଗ୍ରନ୍ଥି କାଢ଼ିବାକୁ ପଡ଼ିଥାଏ।

Leave a Reply

Your email address will not be published. Required fields are marked *