ମହିଳା ଙ୍କୁ ଗଳା କାଟି ନିର୍ମମ ହତ୍ୟା

ଫୋକସ ପ୍ଲସ ୧୦/୬/୨୨(ଦଶମନ୍ତପୁର):ଜଣେ ବିବାହିତ ମହିଳା ଙ୍କୁ କେହି ଗଳା କାଟି ହତ୍ୟା କରିଥିବା ଭଳି ଘଟଣା କୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା   ଦଶମନ୍ତପୁର ବ୍ଲକ ଅନ୍ତର୍ଗତ  ପୋଡା ଗଡ଼ ପଞ୍ଚାୟତ ର ଛୋଟା ଗୁଡା ଗାଁ ରେ।  ମୃତ ମହିଳା ଜଣକ ହେଲେ  ଦାମୋଦର ଦାମି ଙ୍କ ସ୍ତ୍ରୀ ମୃତ  ଜାନକୀ ଦାମି ( ୩୦) ଆଜି ପୂର୍ବାହ୍ନ ରେ ଏଭଳି ଘଟଣା ଘଟିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଘଟଣା କୁ ନେଇ ମହିଳା ଙ୍କ ବାପା, ମା ଓ ସମ୍ପର୍କିୟ  ଲୋକ  ଖବର ପାଇ ଛୋଟା ଗୁଡା ଗାଁ ରେ ପହଞ୍ଚି ଥିଲେ। ଏବଂ କେହି ତାଙ୍କ ଝିଅ କୁ  ଗଳା କାଟି ହତ୍ୟା କରି ଥିବା ସନ୍ଦେହ କରି କୋରାପୁଟ ସଦର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ  ଏତଲା କୁ ଭିତ୍ତି କରି  ସଦର ଥାନା ଅଧିକାରୀ ଓ ଏସ୍ ଡି ପି ଓ ମନୋଜ କୁମାର ପୂଜାରୀ ସମେତ ସାଇଣ୍ଟିପିକ୍ ଟିମ୍ ,  ସନ୍ଧାନୀ କୁକୁର ଧରି ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରି ଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ମୃତ ମହିଳା ଙ୍କ ଭାଇ ଅର୍ଜୁନ ମୁଦୁଲି କହିବା ଅନୁସାରେ ଗତ ୮ ବର୍ଷ ତଳେ ତାଙ୍କ ଭଉଣୀ ଙ୍କୁ ପ୍ରେମ ବିବାହ କରି ଘରକୁ ନେଇ ଥିଲେ। ଏବଂ ଅଳ୍ପ କେତେକ ବର୍ଷ ଖୁସିରେ ଦାମ୍ପତ୍ୟ ଜୀବନ ବିତାଇ ଆସୁଥିଲେ। ତାପରେ ଆରମ୍ଭ ହୋଇଥିଲା ଯୈାତୁକ ପ୍ରସଙ୍ଗ କୁ ନେଇ ପାରିବକ କଳହ। ଏହି ଘଟଣା କୁ କେନ୍ଦ୍ର କରି ତାଙ୍କ ସ୍ବାମୀ ଦାମୋଦର ଦାମି ଗଳା କାଟି ହତ୍ୟା କରି ଥିବା ଥାନା ରେ ଲିଖିତ ଏତଲା ଦେଇଛନ୍ତି। ସେ ପଟେ ଏତଲା ଅନୁସାରେ ଅଭିଯୁକ୍ତ ସ୍ବାମୀ କୁ ଥାନା ରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *