ମହିଳା ଙ୍କ ସନ୍ଦେହ ଜନକ ମୃତ୍ୟୁ

ଫୋକସ ପ୍ଲସ 25/5/22(କେନ୍ଧୁଝର): ଘଟଣା ଟି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସୁନ୍ଦରା ଗ୍ରାମ ର ଡମନି ପଡା ର, ଡମନି ପଡା ର ସଞ୍ଜୟ ପାତ୍ର ଓ ବଡ଼ବିଲ ଗଢ଼ା ହଟିଙ୍ଗ ର ପ୍ରିୟା ବହାଦୁର ଉଭୟ ଉଭୟ ଙ୍କୁ ଭଲ ପାଇ ବସିଥିଲେ ଏବଂ ଘରେ ଅଡ଼ି ବସିଥିଲେ ବିବାହ କରିବାକୁ ଘର ଲୋକ ମଧ୍ୟ ଉଭୟ ଙ୍କ ଖୁସି ପାଇଁ ଦୁହିଁଙ୍କୁ ବିବାହ କରିଦେଇଥିଲେ, ବିବାହ କୁ ମାତ୍ର ଏକ ବର୍ଷ ତିନି ମାସ ଝିଅ କଣ ଜାଣି ଥିଲା ବିବାହ ର କିଛି ଦିନ ପରେ ମୋ ଶାଶୁ ଶଶୁର ନଣଦ ମୋତେ ନିର୍ଯାତନା ଦେବେ ନା ସେ ସାତ ମାସର ଶିଶୁ ସନ୍ତାନ କୁ ପେଟରେ ଧରି ଆର ପାରିକୁ ଚାଲିଯିବ, ଅତି ଦୁଃଖଦ ଓ ଭାବ ବିହ୍ଵଳ ରେ ଭାଙ୍ଗି ପଡ଼ିଥିବା ଝିଅ ର ମା ଙ୍କ ପ୍ରତିକ୍ରିୟା, ମୋ ଜ୍ୱାଇଁ ଭଲ କିନ୍ତୁ ମୋ ଝିଅ ର ଶାଶୁ ଶଶୁର ଓ ନଣଦ ମୋ ଝିଅ କୁ ନିର୍ଯାତନା ଦେଇ ଆସୁଥିଲେ ଆଜି ତାକୁ ବିଷ ଦେଇ ମାରିଦେଲେ,

ପ୍ରାପ୍ତ ସୂଚନା ମୁତାବକ ପ୍ରିୟା ବହାଦୁର ଙ୍କ ଛାତି ରେ ଯନ୍ତ୍ରଣା ହେବାରୁ ଗତକାଲି ରାତିରେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା ମେଡିକାଲ ରେ ପହଂଚିବା ସମୟରେ ଜୀବିତ ଥିବା ବେଳେ କିଛି କ୍ଷଣ ମଧ୍ୟ୍ୟ ରେ ଚିକିତ୍ସାଧୀନ ସମୟ ରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ

କେନ୍ଦୁଝର ବଡ଼ବିଲ ରୁ ମଦନ ମୋହନ ବିଶ୍ୱାଳ ଙ୍କ ରିପୋର୍ଟ Focus Plus Odisha

Leave a Reply

Your email address will not be published. Required fields are marked *