ଫୋକସ ପ୍ଲସ(ରାଇରଙ୍ଗପୁର): ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରମୁଖ ପ୍ରାଧ୍ୟ୍ୟାପିକା ମୋନିକା ଦାସଙ୍କ ଅବସଳକାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି। 1987 ମସିହାରେ ଶୁଭାରମ୍ଭ ହୋଇ ଥିବା ତାଙ୍କର କର୍ମମୟ ଜୀବନ ସଫଳ ଶିକ୍ଷକ ଭାବରେ ସମାପ୍ତ ହୋଇ ଅଛି।ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ରଙ୍କ ସଭାପତିତ୍ବ ଏବଂ ବିଜୟ କୁମାର ରାମଙ୍କ ସଂଯୋଜନା ରେ ଆୟୋଜିତ ଏହି ସଭାରେ ସମସ୍ତ କର୍ମଚାରୀମାନେ ମୋନିକା ଦାସଙ୍କୁ ବିଦାୟକାଳୀନ ସଂବର୍ଧନା ଦେଇଛନ୍ତି।ଅଧ୍ୟକ୍ଷ ପ୍ରଦିପ ମିଶ୍ର, ମୋନିକା ଦାସ,ବିଜୟ ରାମଙ୍କ ସହିତ ଅଧାପକ ରବି ସତପଥି,ରାଜଶ୍ରୀ ଦାସ,ରାଜେନ୍ଦ୍ର ମଣ୍ଡଳ, ସମାପ୍ତିରାଣି ଦାସ ମଞ୍ଚାସୀନ ହୋଇ ସଭାକାର୍ଯ୍ ସମାପନ କରିଥିଲେ।
ଏହାସହିତ ଫୁଲତୋଡା, ମାନପତ୍ର ପ୍ରଦାନ କରାଯାଇ ମୋନିକା ଦାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ସୁମିତା କବି,ରାଜୀବ ପାଲ,ଯଶୋଧରା ମହାନ୍ତ,ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିଥିଲେ।ଏହି ସଭାରେ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।ସଭାଶେଷରେ ଅଧ୍ୟାପିକା ସେବତି ବେହେରା ତାଙ୍କ ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବିନ୍ଦ୍ର ପଟନାୟକ ମୋନିକା ଦାସଙ୍କୁ ତାଙ୍କର ପରବର୍ତ୍ତି ଜୀବନ ପାଇଁ ଅଭିନନ୍ଦନ ଜଣାଇ ବରିଷ୍ଠ ନାଗରିକ ସଂଘରେ ତାଙ୍କୁ ସ୍ବାଗତ ଜଣାଇ ଥିଲେ।
ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ