ମହୁଲି ମଦ ଚଢ଼ାଉ ବେଳେ ଜବତ ହେଲା ବାଘ ଛାଲ |

ଫୋକସ ପ୍ଲସ ୧୯/୧/୨୩( ମୟୁରଭଞ୍ଜ): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ କ୍ରମଶଃ ଚୋରା କାଠ ବୋଝେଇ ହୋଇ ବାହାର ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ କିଛିଦିନ ହେବ କିଛି ମାଫିଆ ସକ୍ରିୟ ହୋଇ ଜଙ୍ଗଲରୁ ଜଙ୍ଗଲୀ ଜନ୍ତୁ ଶିକାର କରି ତାହାର ଛାଲ ବାହାର ରାଜ୍ୟକୁ ଚାଲାଣ କରିବା ଡିଲ ଚାଲିଥିବା ବେଳେ ବାଘ ଛାଲ ସମେତ ବାଘ ଛାଲ ବେପାରୀକୁ ଜବଦ କରିଥିଲେ lଏସ ଟି ଏଫ ବିଭାଗ ବାଘଛାଲ ଚୋରା ଚାଲାଣ ଅଭିଯୋଗରେ ପୂର୍ବରୁ ୩ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ପୁଣି ଏକ ବାଘ ଛାଲ ଜବଦ ଘଟଣା ସାମ୍ନାକୁ ଆସିଛି l ପୋଲିସ ବିଭାଗ ମଦ ଜବଦ କରିବାକୁ ଯାଇଥିବା ବେଳେ ଘରେ ଏକ ବାଘଛାଲ ଥିବାର ଦେଖିବାକୁ ପାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲେ l ମୟୁରଭଞ୍ଜ ଜିଲ୍ଲା ଏସ ପି ରିସିକେଶ ଦିନ ଦୟାଲ ଖିଲାରୀ ଖୁଣ୍ଟା ଥାନାରେ ପହଂଚି ଉପଖଣ୍ଡର ଏସ ଡି ପି ଓ ସାର୍ଥକ ରାଏ ଖୁଣ୍ଟା ଥାନା ଅଧିକରଣୀ ଲୋପାମୁଦ୍ରା ନାଏକଙ୍କ ସହ ଗିରଫ ହୋଇଥିବା ଖୁଣ୍ଟା ଥାନା ଭୋଳା ଗଡିଆ ଅଂଚଳର ଦୁଇ ଭାଇ ନିରଞ୍ଜନ ସାହୁ ଓ ତ୍ରିଲୋଚନ ସାହୁଙ୍କୁ ପୋଲିସ ବନବିଭାଗ ଗିରଫ କରିଥିବା ବେଳେ ଖୁଣ୍ଟା ଥାନା ଡେଙ୍ଗାମ ପଞ୍ଚାୟତର ବଣିଆବସା ଗ୍ରାମରୁ ଗୁନ୍ଦୁରୁ ହୋଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହେବ ବୋଲି ସୂଚନା ପ୍ରଦାନ କରା ଯାଇଛି l ତାଙ୍କ ନିକଟରୁ ଏକ ଲକ୍ଷ ୨୭ ହଜାର ଟଙ୍କା ନଗଦ ଜବଦ ମଧ୍ୟ କରା ଯାଇଛି l ସୂଚନା ପାଇ ଉଦଳା ବନବିଭାଗର ରେଞ୍ଜର ଅରୁଣ କୁମାର ବେହେରା ନିଜର କାର୍ଯ୍ୟରତ ଷ୍ଟାଫ ଓ ଡ଼ିଏଫ ଓ ଖୁଣ୍ଟା ଥାନାରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଏସ ପି ନିଜର ପ୍ରତିକ୍ରିୟା ରଖିଛନ୍ତି l

Leave a Reply

Your email address will not be published. Required fields are marked *