ମହୁଲି ମଦ ବିକ୍ରୀକୁ ବିରୋଧ କରି ତାତିଲେ ମହିଳା ଓ ପୁରୁଷ

ଫୋକସ ପ୍ଲସ(ବାଲିଗୁଡା)୩/୦୯/୨୦୨୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ କୁଟିକିଆ ଗ୍ରାମ ପଞ୍ଚାୟତର ଦେଶୀ ମହୁଲି ମଦ ବିକ୍ରୀ ଓ ତିଆରି କରୁଥିବା ବ୍ୟକ୍ତି ବିରୋଧର ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ପଞ୍ଚାୟତର ଶହ,ଶହ ମହିଳା ଓ ବୃଦ୍ଧିଯିବି ।କୁଟିକିଆ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଦେଶୀ ମହୁଲି ମଦ ବିକ୍ରୀଦ୍ବାରା ଝିଅ,ବୋହୁମାନେ ଘରୁ ବାହାରକୁ ଯିବାକୁ ସୁରକ୍ଷିତ ମଣୁନାହାଁନ୍ତୀ ,ପୁରୁଷ ମାନେ ମଦ ପିଇବା ଦ୍ବାରା ଘରେ ଅଶାନ୍ତି ହେବା ସହିତ ସ୍ତ୍ରୀ ମାନଙ୍କୁ ନିଶାରେ ମାରଧର କରୁଛନ୍ତି ।ଦେଶୀ ମହୁଲି ମଦରେ ଚୁର ହୋଇ ସବୁବେଳେ ଗ୍ରାମ ମାନଙ୍କରେ ଆଶାନ୍ତି ସୃଷ୍ଟି ହେବା ସହିତ ଛାତ୍ର,ଛାତ୍ରୀ ମାନଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଉଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ଓ ବୃଦ୍ଧିଯିବି ।ଯେଉଁ ଲୋକମାନେ ପଞ୍ଚାୟତରେ ଦେଶୀ ମହୁଲି ମଦ ବିକ୍ରୀ କରୁଛନ୍ତି ସେମାନଙ୍କୁ ସରପଞ୍ଚ ଓ ସ୍ଥାନୀୟ ଜନସାଧାରଣ ମହୁଲି ଦେଶୀ ମଦ ବେପାର ଓ ରାନ୍ଧିବା ବନ୍ଦ କରିବାକୁ ବିରୋଧ କରିବାରୁ ମଦ ବେପାରୀ ମାନେ ସେମାନଙ୍କ ନାମରେ ପାଣି,ତୁଠ,ନିଆ,ବଜାର ବନ୍ଦ କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏହି ସମସ୍ତ ଅଭିଯୋଗ ଭିତ୍ତିହିନ୍ନ ,ମିଛ,ମନଗଢା କାହାଣି ବୋଲି ସରପଞ୍ଚ ଓ ପଞ୍ଚାୟତବାସୀ କହିଛନ୍ତୀ ।ଏହା ବିରୋଧରେ ଶହ,ଶହ ମହିଳା ,ପୁରୁଷ ଓ ବୃଦ୍ଧିଯିବି ମାନେ ବାଲିଗୁଡା ଥାନାରେ ଦ୍ବାରସ୍ତ ହୋଇ ଦାବୀପତ୍ର ଦେବା ସହିତ କୁଟୁକିଆ ପଞ୍ଚାୟତକୁ ସଂପୂଣ୍ଣ ମଦମୁକ୍ତ ଅଞ୍ଚଳ କରାଯିବାକୁ ପୋଲିସ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।ଯଦି ଆଗାମୀ ଦିନରେ କୁଟିକିଆ ଗ୍ରାମ ପଞ୍ଚାୟତ ମଦମୁକ୍ତ ଅଞ୍ଚଳ ନ ହୁଏ ତାହାହେଲେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ବାଲିଗୁଡା ରୁ ବନବାସୀ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *