ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ

ଫୋକସ ପ୍ଲସ(ଗଜପତି)୧୩/୦୮/୨୦୨୨:ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଅଡବା ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ଅଡବା ଥାନା ପାଣିଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ଡେକାପଙ୍କା ଗ୍ରାମର ପ୍ରଫୁଲ୍ଲ ପରିଛା। ୨୦୦୮,୨୦୦୯, ୨୦୧୦ ମସିହାରେ ବିଭିନ୍ନ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ କୋର୍ଟ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଇଛି।ଗିରଫ ପ୍ରଫୁଲ୍ଲଙ୍କ ନାମରେ ଅଡବା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ୭ ଟି ଭିନ୍ନ ଭିନ୍ନ ମାଓ ସମ୍ବନ୍ଧୀୟ ମାମଲା ରହିଥିଲା। ଏନେଇ କୋର୍ଟ ଜି. ଆର୍ ନଂ ୨୨୪/୨୦୦୮,୯୮/୨୦୦୯,୨୬୦/୨୦୦୯,୨୬୧/୨୦୦୯,୨୬୪/୨୦୦୯,୨୬୪/୨୦୦୯,୧୧୩/୨୦୧୦ ରେ ପୂର୍ବରୁ ପ୍ରଫୁଲ୍ଲ ଙ୍କ ନାମରେ ୱାରେଣ୍ଟ ରହିଥିବା ବେଳେ ଆଜି ଡେକାପଙ୍କା ଗ୍ରାମରୁ ତାଙ୍କୁ ଗିରଫ କରାଯାଇଥିବା ଅଡବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଗଜପତି ରୁ ସୁଶାନ୍ତ ମାଳି ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *