ମାଓ ପୋଷ୍ଟର ଲଗାଇଲେ ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ସହୀଦ ଦିବସ ପାଳନ

ଫୋକସ ପ୍ଲସ(କୋଟଗଡ) ୧୩/୦୯/୨୦୨୨:୧୩ ସେପ୍ଟେମ୍ବର ସ୍ବାଧୀନତା ସଂଗ୍ରାମୀ ଯତୀନ ଦାଙ୍କ ସହିଦ ଦିବସ ଓ ରାଜନୈତିକ ବନ୍ଦୀ ମୁକ୍ତି ଦିବସ ପାଳନ କରିବାକୁ ସିପିଆଇ ମାଓବାଦୀ ବା, ଘୁ, ନା ଡିଭିଜନ ଦାବି ।କିଛି ଦିନ ର ନୀରବତା ପରେ ପୁଣି କନ୍ଧମାଳ ରେ ବେନର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ |ତୁମୁଡିବନ୍ଧ ଥାନା ତୁମୁଡିବନ୍ଧ ରୁ କୋଟଗଡ଼ ମୁଖ୍ୟ ରାସ୍ତାର ମାଦାଗୁଡା ଗାଁ କୁ ଯିବା ଛକ ନିକଟରେ ମାଓବାଦୀ ଙ୍କ ପକ୍ଷରୁ ଲାଲ ବେନର ଲଗାଯାଇଛି | ସି. ପି. ଆଇ ମାଓବାଦୀ ସଂଘଠନ ର ବଂଶଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟି ପକ୍ଷରୁ ଏହି ମାଓ ବେନର ଲଗା ଯାଇଥିବା ବେନର ରେ ଉଲେଖ ରହିଛି | ମାଓବାଦୀ ନାମରେ ଗିରଫ ସମସ୍ତ ବନ୍ଦୀଙ୍କୁ ରାଜନୈତିକ ବନ୍ଦୀର ମାନ୍ୟତା ଦେବାକୁ ବେନର ଜରିଆରେ ଆହ୍ୱାନ ଦିଆ ଯାଇଛି | ସମସ୍ତ ବନ୍ଦୀ ମାଓବାଦୀ ଙ୍କୁ ନିଃସର୍ତ ଖଲାସ ସହ ମିଛ ମାମଲା ପ୍ରତ୍ୟାହାର କରିବାକୁ ମାଓବାଦୀ ବେନର ରେ ଉଲେଖ କରିଛି |

Leave a Reply

Your email address will not be published. Required fields are marked *