ମାକୁ ମାରି ପୋତିଦେଲା ସାବତ ବାପା ||

ଫୋକସ ପ୍ଲସ 11/1/2023(କଙ୍କଡ଼ାହାଡ଼): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରୁ ଆସିଛି ଚାଞ୍ଚଲ୍ୟ କଲା ଭଳି ତଥ୍ୟ । ଜଣେ ମହିଳାଙ୍କୁ ଜୀବନରୁ ମାରି ପୋତି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକ ମହିଳା ଜଣକ କମ୍ପୁଲେଇ ଗାଁର ମିନି ନାୟକ । ମିନି ୮ତାରିଖ ଦିନ ରାତିରେ ହାଣ୍ଡିଆ ମଦ୍ୟପାନ କରି ଶୋଇବାକୁ ଯାଇଥିବା ବେଳେ, ସକାଳୁ ତାଙ୍କ ମୃତ ଶରୀର ଘର ପଛ ପାଖ ବାଡ଼ିରେ ପଡି ରହିଥିଲା । ଯାହାକୁ ନେଇ ସ୍ୱାମୀ ଶରଣ ନାୟକ ଘରଠାରୁ କିଛି ଦୂରରେ ମୃତ ଦେହକୁ ପୋତି ଦେଇଥିଲା । ଏ ନେଇ ମିନିଙ୍କ ପୁଅ କଙ୍କଡାହାଡ଼ ଥାନାରେ ଅଭିଯୋଗ ପରେ କଙ୍କଡାହାଡ଼ ତହସିଲଦାର ତଥା ମାଜିଷ୍ଟ୍ରେଟ ଏବଂ ପୋଲିସ ଉପସ୍ଥିତିରେ ମୃତ ଦେହକୁ ମାଟି ଖୋଳି ବାହାର କରାଯାଇଥିଲା । ଏ ନେଇ କଙ୍କଡାହାଡ଼ ପୋଲିସ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *