ମାକୁ ସମ୍ମାନ ଗାଁ ପାଇଁ କାମ

ଫୋକସ ପ୍ଲସ (ସୋର)୨୪/୦୭/୨୦୨୨: ରାଜ୍ୟ ସରକାରଙ୍କ ନାରାରେ ପ୍ରକୋଙ୍କପିତ ସମଗ୍ର ରାଜ୍ୟ ତାହାର ନଗ୍ନ ଉଦାହରଣ |ରାସ୍ତାରେ ଧାନଗଛ ଲଗାଇଲେ |
ସୋର ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ହରିପୁର ଗ୍ରାମରେ ଦିର୍ଘ ୭୫ ବର୍ଷ ଧରି ରାସ୍ତା ପାଲଟିଛି ମରଣାଯନ୍ତା |ହରିପୁର ଗ୍ରାମର ଚାରିସହ ପରିବାର ବସବାସ କରୁଥିବା ବେଳେ ଗ୍ରାମର ରହିଛି ହରିପୁର ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର | କୌଣସି ମେଡିକାଲ ଘଟଣା ଆସିଲେ କାନ୍ଧରେ ବୋହି ନେଇଯାଇଥାନ୍ତି ଅଇଁରି ଦୟାନିଧିପୁର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ | ସାଧାରଣ ଗ୍ରାମବାସିଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ସରକାରଙ୍କ ମାଳମାଳ ଯୋଜନା କାହା ପାଇଁ ଦିର୍ଘ ଦିନ ଧରି ହଇରାଣର ସମ୍ମୁଖୀନ ହେଉଥିବାର ତାପ୍ତର୍ଜ କଣ ରହିଛି | ରାସ୍ତାରେ ଧାନଗଛ ଲଗାଇଛନ୍ତି ଗ୍ରାମବାସୀ |
ଗ୍ରାମବାସୀଙ୍କ କହିବା ଅନୁଯାୟି ଯଦି କିଛି ଦିନ ମଧ୍ୟରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ନହୁଏ ସ୍କୁଲ ଏବଂ ଅଙ୍ଗନବାଡି ମଧ୍ୟ ବନ୍ଧ ହୋଇଯାଇପାରେ ଗ୍ରାମବାସି ଏବଂ ଅବିଭାବକ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି | ଗ୍ରାମବାସି ମାନେ ବ୍ଲକ୍ କାର୍ଯ୍ୟାଳୟ କୁ ବାରମ୍ଵାର ଯାଇ ନୟାନ୍ତ ହୋଇ ଚୁପ ବସିଯାଇଛନ୍ତି! ବିଧାୟକଙ୍କୁ ଗ୍ରାମବାସି ଭେଟି ରାସ୍ତାର ପରିସ୍ଥିତି ବିଷୟରେ ଦୁଃଖ ପ୍ରକାଶ କରିଥିଲେ ହେଁ ବିଧାୟକ ଖୋଲାମ ଖୋଲାମ ମନା କରିଦେଇ କହିଥିଲେ | ଗୋଟେ ଟଙ୍କା ବି ମୋ ପାଖରେ ନାହିଁ | ମୁଁ ଦେଇ ପାରିବି ନାହିଁ |ଏଭଳି ନିଆଁ ବାଣରେ ଅନନ୍ତପୁର ଗ୍ରାମର ହରିପୁର ସମସ୍ତ ଗ୍ରାମବାସି ମନ ଦୁଃଖ କରି ଫେରିଥିଲେ ଗ୍ରାମବାସି |ସୋର ବିଧାୟକ ବାବୁ ସୋର ନିର୍ବାଚନ ମଣ୍ଡଳିର ଜଣେ ଯୁବ ବିଧାୟକଙ୍କ ଏମିତି କଥପ କୋଥନ କେତେ ଦୁର ଠିକ୍ | ସ୍ଵାଧୀନତାର ଦିର୍ଘ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ କାହିଁକି ଅବହେଳିତ ଅନନ୍ତପୁର ଗ୍ରାମପଞ୍ଚାୟତ ର ହରିପୁର ଗ୍ରାମବାସି |ଏହି ଘଟଣା ବୃଦ୍ଧିଜିବି ମହଲରେ ଘୋର ନିନ୍ଦା କରିବା ସହ ଯଥା ଶିଘ୍ର ରାସ୍ତା କାମ ନ କରାଗଲେ ରାସ୍ତା ରୋକ କରିବେ ବୋଲି ସାଧାରଣ ଲୋକ ଚେତାବନୀ ଦେଇଛନ୍ତି |

Leave a Reply

Your email address will not be published. Required fields are marked *