ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଫୋକସ ପ୍ଲସ(ଆସ୍କା)୦୯/୦୯/୨୦୨୨: ଆଜି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ଆଲିପୁର ପଞ୍ଚାୟତ ଠାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ଆଲିପୂର ଗ୍ରାମ ପଞ୍ଚାୟତ ର ମିଳିତ ସହଯୋଗ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ।ସର୍ବ ମୋଟ ୧୧୦ ଜଣ ରୋଗୀ ଚକ୍ଷୁ ପରୀକ୍ଷା କରେଇଥିଵା ବେଳେ ୨୨ ଜଣ ରୋଗୀ ଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା ଏବଂ ୪୧ ଜଣ ପରଳ ରୋଗୀଙ୍କୁ ମାଗଣା ଚିକିତ୍ସା ପାଇଁ ମେଡିକାଲ୍ ପଠାଯାଇଥିଲା ।ଏହି ଚକ୍ଷୁ ପରୀକ୍ଷା ଶିବିର ସକାଳ ଆଠ ଘଣ୍ଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା ।ଏହି କାର୍ଯ୍ୟକ୍ରମ ରେ ଆଲିପୂର ସରପଞ୍ଚ ଜ୍ୟୋତିର୍ମୟୀ ନାହାକ ,ପୂର୍ବତନ ସରପଂଚ ମନୋଜ ନାହାକ,ଅଭିମନ୍ୟୁ ନାହାକ ,ଗଞ୍ଜାମ ଯୁବ ବିଜେଡ଼ି ସଭାପତି ନଚିକେତା ସ୍ୱାଇଁ ,ରାଜେଶ୍ ପଟ୍ଟନାୟକ,ଭଗବାନ ସାହୁ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କ୍ୟାମ୍ପ ମ୍ୟାନେଜର ନଳିନୀକାନ୍ତ ରାଉତ,ଗୋଷ୍ଟି ସ୍ଵାସ୍ଥ୍ୟ ଅଧିକାରୀ ଅକ୍ଷୟ କୁମାର ପ୍ରଧାନ, ସୁନିଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *