ଫୋକସ ପ୍ଲସ (ଜଗତସିଂପୁର)୨୪/୦୭/୨୦୨୨: ମାର ମମତା ବୁଝିପାରିଛି କୁନି ମାଙ୍କଡ ଛୁଆଟି।ମା ମାଙ୍କଡକୁ କୌଣସି ରୋଗ ହୋଇଥିବାରୁ ଛୁଆ ସହିତ ଘଛରୁ ଖସିପଡ଼ି ଛୁଆକୁ କୋଳରେ ଧରି ବସି ରହିଛି ମା ମାଙ୍କଡଟି। ଏଭଳି ମର୍ମସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ମାଛଗାଁ ୫୫ ନମ୍ବର ଜାତୀୟ ରାଜପଥର ସିପି ଛକ ନିକଟରେ।ରାସ୍ତା କଡ଼ରେ ଅସୁସ୍ଥ ହୋଇ ପଡ଼ିଛି ମା ମାଙ୍କଡ।ନିଜ ଅସୁସ୍ଥ ମାଟି ଅଚେତ ହୋଇ ନିଜ ଛୁଆ ଆଗରେ ଟଳି ପଡୁଛି।ମା ମାଙ୍କଡ଼ କୁ ବଞ୍ଚାଇବାକୁ ଛୋଟ ମାଙ୍କଡ଼ ଛୁଆଟି ଏ ପେଟ ସେପଟ ହୋଇ ଚିତ୍କାର କରୁଛି ହେଲେ କେହି ତାର ଦୁଃଖ ଶୁଣୁ ନାହାନ୍ତି। ମା ମାଙ୍କଡ ର ପାଖ ଛାଡ଼ି ଯାଉନି ଛୁଆ ମାଙ୍କଡ ଟି।ସମସ୍ତେ ଏହି ଦୃଶ୍ୟ ଦେଖୁ ଛନ୍ତି ହେଲେ କିଛି କରିପାରୁ ନାହାନ୍ତି।ଯେହେତୁ ଏମାନେ ପଶୁ ଜନ୍ତୁ ଏମାନେ କହିପାରନ୍ତି ନାହିଁ ତାଙ୍କୁ ଉଦ୍ଧାର କରିବାକୁ କେହି ଆଗେଇ ଆସୁନାହାନ୍ତି। ସେହି ବାଟ ଦେଇ ଯାଉଥିବା ଜଣେ ମାନବିକ ଅଧିକାର କର୍ମୀ ପହଞ୍ଚି ବନବିଭାଗ,ପଶୁସମ୍ପଦ ବିଭାଗ ହେଲ୍ପ ଲାଇନ୍ କୁ ଯୋଗା ଯୋଗ କରିଥିଲେ ମଧ୍ୟ ନମ୍ବର ଗୁଡ଼ିକ ସଠିକ୍ ନଥିବା କ୍ଷୋଭ ର ସହିତ କହିଥିଲେ ମାନବିକ ଅଧିକାର କର୍ମୀ।
ତେବେ ବିଳମ୍ବରେ ବନ ବିଭାଗ କର୍ମଚାରୀ ପହଞ୍ଚି ଆହତ ଅବସ୍ଥାରେ ବେହୋସ୍ ହୋଇ ପଡିଥିବା ମା ମାଙ୍କଡ କୁ ଉଧାର କରିଥିଲେ।ମାର ମମତାରେ ବନ୍ଧା କୁନି ମାଙ୍କଡ ଛୁଆଟି ମାକୁ ଛାଡ଼ିପାରୁନଥିଲା।ବନ୍ ବିଭାଗ କର୍ମ ଚାରି ମାନେ ଉଭୟ ମା ଓ ଛୁଆକୁ ଉଦ୍ଧାର କରି ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ।ସେଠାରେ ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତର ମା ମାଙ୍କଡ଼ର ଚିକିତ୍ସା କରିଥିଲେ।ମା ମାଙ୍କଡ ର ଟେମ୍ପରେଚର କମ୍ ଥିବାରୁ ମା ମାଙ୍କଡ ଟି ଅସୁସ୍ଥ ହୋଇ ବେହୋସ୍ ହୋଇଯାଇଛି ପ୍ରାଥମିକ ଚିକିତ୍ସା କରାଯାଇ ଆବଶ୍ୟକିୟ ଔଷଧ ଦିଆଯାଇଛି।ତେବେ ପଶୁ ଜନ୍ତ୍ନୁଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନାର ପ୍ରଚଳନ କରିଛନ୍ତି ହେଲେ ତାହା ବାସ୍ତବରେ ପରିଣତ ହୋଇ ପାରୁନାହିଁ।ବନବିଭାଗ ର କର୍ମଚାରୀଙ୍କୁ ଏହି ବିଷୟରେ ପଚାରି ବାରୁ ସେ କୌଣସି ଉତ୍ତର ଦେବେ ନାହିଁ ବୋଲି କହି ପଳାଇ ଯାଇଥିଲେ।
ମାର ମମତା କେତେ ନିବିଡ ତାହା ଏହି କୁନି ମାଙ୍କଡ ଛୁଆଟି ଜାଣିଚି।ନିଜ ମାକୁ ବଞ୍ଚାଇବା ପାଇଁ ବହୁତ ଉଦ୍ୟମ କରିଛି । ସତରେ ପଶୁ ଜନ୍ତୁ ସିନା କିଛି କହି ପାରନ୍ତି ନାହିଁ ହେଲେ ସ୍ନେହ ମମତା କୁ ଠିକ୍ ଭାବରେ ବୁଝି ଥାଆନ୍ତି। ତେବେ ଏ ମଣିଷ ସମାଜ ବୁଝିବ କେବେ ।ଜଦି ବୁଝିଥାନ୍ତେ ତେବେ । ବୃଦ୍ଧା ଆଶ୍ରମ କଣ ପାଇଁ।
ଜଗତସିଂପୁର ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକ ଫୋକସ ପ୍ଲସ |