ମା”ଙ୍କ ଆଗମନରେ କାଶତଣ୍ଡୀ ଫୁଲର ଦୋହଲା ଠାଣୀ

ଫୋକସ ପ୍ଲସ(ନିଶ୍ଚିନ୍ତକୋଇଲି): ମା”ଙ୍କ ଆଗମନରେ ଏବେ କାଶତଣ୍ଡୀ ଫୁଲର ଦୋହଲା ଠାଣୀ ମାରୁଥିବା ବେଳେ, ଗଙ୍ଗଶିଉଳି ଫୁଲ ବାସ୍ନାରେ ମହକୁଛି ପୁରପଲ୍ଲୀ । ଆଉ ବର୍ଷା ରାଣୀ ନବବଧୁପରି ଓଢ଼ଣି ଟାଣି ଝିପିଝିପି କରି ବର୍ଷା ବର୍ଷୁଥିବା ସମୟରେ ଧବଳ ସୁନ୍ଦର ପ୍ରକୃତି ରାଣୀ ଭରି ଦେଇଛି ଏବେ ସବୁଜିମା ଭରା ଗଛଲତା ପତ୍ର।କିନ୍ତୁ କଅଁଳ ଛନ ଛନିଆଁ ପତ୍ର ଗହଳରେ ସୁନ୍ଦର ଦିଶିବା ପରିବର୍ତ୍ତେ ଥୁଣ୍ଟା ଓ ଲଣ୍ଡା ଚେହେରାର ଦୃଶ୍ୟ । କାହିଁ କାଳରୁ ବର୍ଷ ତମାମ ସବୁଜ, ସୁନ୍ଦର ଓ ସତେଜ ଦେଖାଯାଉଥିବା କଳ୍ପବୃକ୍ଷ ଏବେ ଶୁସ୍କ ଓ ପତ୍ର ହିନ। ଆମେ କହୁଛୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ସ୍ଥିତ ପଦ୍ମବନ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠର ମହାକଳ୍ପବୃକ୍ଷ କଥା। ଏପୀଠକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁଙ୍କ ଆସ୍ଥା, ବିଶ୍ୱାସ ଓ ଶ୍ରଦ୍ଧା ଭାବନାରେ ଗଭୀର ଆଘାତ ଆଣିଛି ବିଶାଳ ବରଗଛର ଏଭଳି ପତ୍ରଝଡ଼ା ରୂପ । ଏ ପୀଠରେ ଯାହା ଆଗରୁ କେହି କେବେ ଦେଖି ନଥିଲେ କି ଶୁଣି ନଥିଲେ, ଏବେ ତାହା ହିଁ ଘଟିଛି । ୫/୬ଦିନ ତଳେ ସବୁଜ ପତ୍ର ଗହଳରେ ଭରପୁର ଥିବା ଗଛଟି ହଠାତ ଦେଖିବାକୁ ମିଳିଥିଲା ସମ୍ପୂର୍ଣ୍ଣ ପତ୍ରଶୂନ୍ୟ ହୋଇପଡ଼ିଛି । ଏପଟେ ମହାକଳ୍ପବଟର ଏଭଳି ଆକସ୍ମିକ ରୂପ ଦେଖି, ଏହାକୁ ନେଇ ଶ୍ରଦ୍ଧାଳୁ ମାନଙ୍କ ମନରେ ସୃଷ୍ଟି ହୋଇଛି ନାନା ଶଙ୍କା ।

ସିଦ୍ଧି ପୁରୁଷ ମାଳିକା ରଚୟିତା ମହାପୁରଷ ଅଚ୍ୟୁତାନନ୍ଦ ଦାସ ଙ୍କ ପିଠରେ ଏଭଳି ଆକସ୍ମିକ ଦୃଶ୍ୟ ପୃଥିବୀ ପ୍ରତି ବିପଦ ଆଗମନ ର ବାର୍ତ୍ତା ବହନ କରୁଛିକି ? ନାଁ ମାଳିକା ବଚନ ସତ ହେବା କୁ ଯାଉଛି ?ଶେଷ ହୋଇଯିବକି କଳିଯୁଗ ?ଯାହାକୁ ନେଇ ଏବେ ଭକ୍ତଙ୍କ ମନରେ ଭୟ ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେହିକେହି ଏହାକୁ ପ୍ରକୃତିର ପରିବର୍ତନ କହୁଥିବା ବେଳେ କେହିକେହି ଏ ଘଟଣାକୁ ମାଳିକାରେ ବଣ୍ଣିତ ଥିବା କହୁଛନ୍ତି। ଏ ଘଟଣା ପ୍ରଚାର ହେବାପରେ ଏବେ ଅଚ୍ୟୁତାନନ୍ଦ ପୀଠକୁ ଏହି ଵିଶ୍ମୟ ଘଟଣା ଦେଖିବା ଲାଗି ଶ୍ରଦ୍ଧାଳୁ ଙ୍କ ଶୁଅ ଛୁଟି ବାରେ ଲାଗିଛି। ଅପରପକ୍ଷରେ ଏ ପିଠରେ ଉଦ୍ୟାନ ବିଭାଗର ଅଧିକାରୀ ପହଞ୍ଚି ତଦାରଖ କରି କିଟ ଲାଗିବା କାରଣରୁ ପତ୍ରଝଡ଼ା ଦେଉଥିବା କହିବା ସହ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଦ୍ବାରା କିଟନାଶକ ଔଷଧ ଛିଞ୍ଚନ କରୁଥିବାର ଦେଖିବାକୁ ମିଳିଥିଲା।

ନିଶ୍ଚିନ୍ତକୋଇଲିରୁ ଫାଲ୍ଗୁନୀ ପ୍ରସାଦ ପଣ୍ଡାଙ୍କ ରିପୋର୍ଟ ତ୍

 

Leave a Reply

Your email address will not be published. Required fields are marked *