ମା’ଙ୍କ ଆଗମନରେ ମହକି ଉଠିଲାଣି ଧରାପୃଷ୍ଟ

ଫୋକସ ପ୍ଲସ(ରେଙ୍ଗାଲି)୧୦/୦୯/୨୦୨୨: ପାର୍ବଣ ର ଆଗମନ ରେ ମହକି ଉଠିଲାଣି ଧରାପୃଷ୍ଟ ଓ ତାସହିତ କାଶତଣ୍ଡି ଫୁଲ | ଯେଉଁଆଡେ ଦେଖିବେ କାଶ ତଣ୍ଡି ସବୁଆଡେ କାଶତଣ୍ଡି ଫୁଲ କାୟା ବିସ୍ତାର କଲାଣି | ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ କାଶତଣ୍ଡି ଫୁଲ ର ଧବଳ ଚାଦରରେ ସଜେଇ ହୋଇଛି ରେଙ୍ଗାଲି | ପ୍ରକୁତି ର ମନୋରମା ଦୃଶ୍ୟ କୁ ଦେଖିଲେ କବି ଭାବୁକ ସମସ୍ତ ଙ୍କ ମନରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଲାଣି, କାଶ ତଣ୍ଡି ଅଭାହନ କରେ ମା ଜଗତ ଜନନୀ ମା ଦୁର୍ଗା ଙ୍କୁ ପ୍ରକୃତି ର ଏହି ବିଶାଳ ଦିଶା ଧବଳ ମୁଖି କାଶ ତଣ୍ଡି ଫୁଲ,ଆବାହମାନ କାଳରୁ ଲୋକଙ୍କ ବିଶ୍ୱାସ ଅଛି କି କାଶ ତଣ୍ଡି ଫୁଲ ହେଲେ ମାଛି ମାନଙ୍କ ଉଭାନ ହୋଇ ଜାୟନ୍ତୀ ବୋଲି ଲୋକଙ୍କ ଅନେକ ବିଶ୍ୱାସ ଅଛି ଲୋକଙ୍କ ମନରେ l ବିଶେଷ କରି ଏହା ବର୍ଷା ଏବଂ ସରତ ଋତୁରେ ହୋଇଥାଏ ରେଙ୍ଗାଲି ର ରାସ୍ତା ର ପ୍ରତେକ ପାର୍ଶ୍ୱ ଠୁ ଆରମ୍ବ କରି ନଦୀ ତୋଠା ସବୁଠି ଦେଖିବାକୁ ମିଳୁଛି କାଶ ତଣ୍ଡି ର ସୌନ୍ଦଯ୍ୟ ଭରା ଦୃଶ୍ୟ l କୋଣସି ଦେବା ଦେବୀଙ୍କ ପୂଜା ରେ ଲାଗେ ନାଇଁ ହେଲେ ସେ ଶୋଭା ବର୍ଦ୍ଧନ କରେ ପ୍ରକୃତି ର, କାଶ ତଣ୍ଡି ବିନା ଅଧୁରା ଲାଗେ ପାର୍ବଣ ମାସ | ଖୀଲି ଖୀଲି ହସୁଛି କାଶ ତଣ୍ଡି ଫୁଲ ମା ପୃଥିବୀ ପୃଷ୍ଟ କୁ ଆସୁଛନ୍ତି ବୋଲି କାଶ ତଣ୍ଡି ଫୁଲ ସୂଚେଇ ଦେଲାଣି କବି ଭାବୁକା ବାଟରେ ଗଲା ଆସିଲା ଲୋକଙ୍କୁ ଆନମନା କରି ଦିଏ କାଶତଣ୍ଡୀ, କାଶତଣ୍ଡୀ ପ୍ରକୃତି ର ଏକ ଅନାବଦ୍ୟ ଉପହାର ଏହି କାଶତଣ୍ଡୀ ଫୁଟିଲେ ପାର୍ବଣ ପ୍ରକୃତ ବାସ୍ନା ବାରି ହୋଇ ପଡିଥାଏ l ସାରଦିୟ ଶୋଭା ବର୍ଦ୍ଧନ ପାଇଁ ଆଣି ଥାଏ ଅପୂର୍ବ ସାମ୍ବାର ଜଗତ ଜନନୀ ଙ୍କ ଆଗମନ ରେ ପୁଲକିତ ହେବ ଧରଣୀ ରାଣୀ କାଶତଣ୍ଡି ଏହି ଧୋବ ଫର ଫର କାଳିଚା ବିଛେଇ ଚାହିଁ ରହିଥାଏ ମା କୁ ଆଉ ଜନ୍ହ ଆସିଲେ କାଶ ତଣ୍ଡି ଫୁଲ ବେଶୀ ବେଶୀ ହସେ, କାଶ ତଣ୍ଡି ଫୁଲ କୁ ଦେଖିଲେ ବାଟରେ ଦିନମଜୁରିଆ ଠୁ ଆରମ୍ବ କରି ଚାଷୀ ବାଟୋଇ ସମସ୍ତ ଙ୍କ ମନରେ ନିଆରା ଭାବ ସୃଷ୍ଟି କରେ |

 

Leave a Reply

Your email address will not be published. Required fields are marked *