ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଠିକା କର୍ମଚାରୀ ଙ୍କ ଆମରଣ ଅନଶନ

କୋରାପୁଟ: ଲମତାପୁଟ ବ୍ଲକ ସ୍ଥିତ ମାଛକୁଣ୍ଡ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ରେ କାର୍ଯ୍ୟରତ ୮୧ଜଣ ଠିକା କର୍ମଚାରୀ ମାନେ ୪ ଦଫା ଦାବୀ ନେଇ ଦୀର୍ଘ ୭ଦିନ ଧରି ଧାରଣା ରେ ବସିବା ପରେ ମଧ୍ୟ କୌଣସି ଉପରସ୍ତ ପ୍ରକଳ୍ପ ଅଧିକାରୀଙ୍କ ଦେଖା ନମିଳିବା କି କୌଣସି ପ୍ରତିକ୍ରିୟା ନମିଳିବା ଯୋଗୁଁ ଧାରଣାର ସପ୍ତମ ଦିନ ରେ ଧାରଣା କାରି କର୍ମଚାରୀ ମାନେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଠିକା କର୍ମଚାରୀ ଙ୍କ ଧାରଣାର ଆମରଣ ଅନଶନ ରେ ସ୍ଥାନୀୟ ତହସିଲଦାର, ଏସ ଡି ପିଓ, ଯୋଗଦେଇ ଆମରଣ ଅନଶନ କାରୀ ଙ୍କ ପ୍ରତି କୌଣସି ଅପ୍ରୀତିକର ପରିସ୍ଥିତି ନଘଟିବା ପ୍ରତି ଦୃଷ୍ଟି ରଖିଥିଲା ବେଳେ ସ୍ଥାନୀୟ ଅଞ୍ଚଳ ବାସୀ ଓ ଜନପ୍ରତିନିଧି ଅନଶନ କାରିଙ୍କୁ ସମର୍ଥନ କରିଥିଲେ । ଅପରାହ୍ନ ୩ଟା ସମୟରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ସୁପରିଟେଣ୍ଡ ଇଞ୍ଜିନିଅର ଅନଶନ ସ୍ଥଳରେ ଆସି ଅନଶନ କାରୀ ଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ କୌଣସି ପ୍ରତିଶୃତି ମିଳି ନଥିଲା ଯାହାଦ୍ଵାରା କି ପ୍ରତିଶୃତି ନମିଳିବା କିମ୍ବା ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରିରଖିବାକୁ ଚେତାବନି ଦେଇ ଆମରଣ ଅନଶନ ଜାରିରଖି ଛନ୍ତି ଠିକା କର୍ମଚାରି ।

Leave a Reply

Your email address will not be published. Required fields are marked *