ମାଛକୁଣ୍ଡ ରେ ବିଏସଏଫର ଜନସମ୍ପର୍କ ଶିବିର

ଫୋକସ ପ୍ଲସ 3/12/2022(କୋରାପୁଟ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ସ୍ଥିତ ୬୫ ବାଟାଲିୟନ ବିଏସଏଫ ପକ୍ଷରୁ ଜନସମ୍ପର୍କ ଓ ମାଗଣା ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କୋରାପୁଟ ବିଏସଏଫ DIG ମଦନଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କୋରାପୁଟ ବିଏସଏଫ କୋମାନଡେଣ୍ଟ ଟିଏନଏସ ରେଡ୍ଡୀ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ଉପସ୍ଥିତ ରହିଥିଲେ । ଆୟୋଜିତ ଶିବିରରେ ବାଦିଗଡ଼, ମାଛକୁଣ୍ଡ, ସିକ୍ରେଲ,ନୂଆଗାଁ ,କୁଜାମ୍ବ,ଜୟନ୍ତଗିରି ଗାଁ ପ୍ରାୟ ୬ଶହରୁ ଉର୍ଦ୍ଧ ଲୋକେ ଉପସ୍ଥିତ ରହିଥିଲେ । ବିଏସଏଫ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା ଏବଂ ମାଗଣାରେ ରୋଗୀ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରାଯାଇଥିଲା । ୨୫୦ ଜଣ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପଠନ ଓ ଲିଖନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ସେହିପରି ବିଏସଏଫର ତାଲିମପ୍ରାପ୍ତ କୁକୁର ମାନଙ୍କ ଦ୍ୱାରା ପ୍ରଦର୍ଶିତ କଳା ଲୋକଙ୍କୁ ବେଶ ଆକର୍ଷଣ କରିଥିଲା।ବାଦିଗଡ଼ ବିଦ୍ୟାଳୟର ଛାତ୍ରୀ ଓ ସ୍ଥାନୀୟ ମହିଳା ମାନଙ୍କ କୋରାପୁଟିଆ ଢେମସା ନାଚ ମଧ୍ୟ ପରିବେଷଣ କରାଯାଇଥିଲା। ସ୍ଥାନୀୟ ମହିଳା ଓ ଛାତ୍ରୀମାନଙ୍କ ଢେମସା ନାଚରେ ବେଶ ଉତ୍ସାହିତ ହୋଇ କୋରାପୁଟ ବିଏସଏଫ ଡ଼ିଆଇଜି କୋମାନଡେଣ୍ଟ ମଧ୍ୟ ଢେମସା ନୃତ୍ୟ ପରିବେଷଣ କରି ଲୋକଙ୍କୁ ବେଶ ଉତ୍ସାହିତ କରିଥିଲେ । ବିଏସଏଫ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ ଉତ୍ସାହିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *