ମାଛ ଧରୁଛନ୍ତି ଛାତ୍ରଛାତ୍ରୀ

ଫୋକସ ପ୍ଲସ (ରାୟଗଡା) ୦୬/୦୭/୨୦୨୨: ସରକାରୀ ବିଦ୍ୟାଳୟରେ ଅବ୍ୟବସ୍ଥା |ମନ ଇଚ୍ଛା ମୁତାବକ ଚାଲିଛି ପାଠ ପଢା |ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ଶିକ୍ଷକ |କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତର ତଳ କୋଡ଼ିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ଯଗୁଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସି |ସ୍କୁଲରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ଥିବାବେଳେ ୨ଟି ମାତ୍ର ଶ୍ରେଣୀଗୃହ ଅଛି ତାହା ମଧ୍ୟ ବର୍ଷା ଦିନ ହେଲେ ପିଲାଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛି |ଉପରୁ ପାଣି ଗଳିବା ଯୋଗୁ ବସି ପାଠ ବସିକି ଅଧ୍ୟୟନ କରିବା କଷ୍ଟ ହେଉଛି | ଏଥି ପାଇଁ ବିଦ୍ୟାଳୟ ମରାମତି ପାଇଁ ପ୍ରଶାସନ ପକ୍ଷରୁ କିଛି ଟଙ୍କା ଆସିଥିଲା |ହେଲେ ଏହି ମରାମତି ଟଙ୍କା ଖାଇଲା କିଏ ଏ ହଉଛି ଏକ ବଡ଼ ପ୍ରଶ୍ନ ? ସେଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ସଂଖ୍ୟା 65 ଥିବାବେଳେ ଶିକ୍ଷକ ମାତ୍ର ୩ ଜଣ| ଦୁଇ ଜଣ ଶିକ୍ଷକ ସବୁଦିନ ଉପସ୍ଥିତ ରହୁଥିବା ବେଳେ ପ୍ରଧାନ ଶିକ୍ଷକ ମାସକୁ ଥରେ ଆସନ୍ତି ତାହାବି ଗାଁ ଲୋକଙ୍କ ଠାରୁ ଦସ୍ତଖତ ନେବାପାଇଁ |ସରକାର ଯୋଗାଇ ଦେଉଥିବା ପିଲାମାନଙ୍କ ମଧ୍ୟାନ ଭଜନ ମଧ୍ୟ ଭଲରେ ଦିଅନ୍ତି ନାହିଁ l ଗ୍ରାମ ବାସି ପ୍ରଧାନ ଶିକ୍ଷକଙ୍କୁ ଏ ସବୁବିଷୟରେ କହିଲା ପରେ ମଧ୍ୟ ସୁଧାରଆସିନ ଥିଲା ଏବଂ ଉପରସ୍ତ ସ୍କୁଲଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ତାହା ମଧ୍ୟ କୌଣସି କାମରେ ଆସିନ ଥିଲା , ଶେଷରେ ଗ୍ରାମ ବାସି ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପ କୁ ଆଧାର କରି ବାଧ୍ୟ ହଇ ସ୍କୁଲରେ ତାଲା ପକାଇ ଥିଲେ ଏବଂ ତୁରନ୍ତ ପ୍ରଧାନ ଶିକ୍ଷକଙ୍କଙ୍କୁ କାର୍ଯାନୁଷ୍ଠାନ ନିଆଯାଉ ବଲି କହିଥିଲେ l ଆଜକୁ(7) ସାତ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ପଦ କ୍ଷେପ ନିଆଯାଇ ନାହିଁ l ସେ ସ୍କୁଲ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ଶିକ୍ଷା କୁ ଭୁଲି ନାଳ ରେ ମାଛ ଧରିବା ଗାଈ ଯୋଗିବା ଏ ସବୁ ନୀତି ଆପଣାଇ ବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି |

କାଶୀପୁର ରୁ କର୍ଣ୍ଣ କନ୍ଦପାଣି ଫୋକସ୍ ପ୍ଲସ |

Leave a Reply

Your email address will not be published. Required fields are marked *