ମାଡ଼ି ଆସୁଛି ବାତ୍ୟା: ପୁଡୁଚେରୀ ଠାରୁ ୩୦୦ କିଲୋମିଟର ଦୂରରେ ରହିଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ଗଭୀର ଅବପାତ, ବାତ୍ୟା ରୂପ ନେଇଛି । ଏହା ଆସନ୍ତା ୫ ତାରିଖରେ ଆନ୍ଧ୍ରପ୍ରଦେଶ ସଂଲଗ୍ନ ଉତ୍ତର ତାମିଲନାଡ଼ୁ-ପୁଡୁଚେରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହାର ପ୍ରଭାବରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶାରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୭ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ ।

ବାତ୍ୟା ‘ମିଗଜାଉମ୍’ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଗତି କରୁଛି । ପୁଡୁଚେରୀ ଠାରୁ ବାତ୍ୟା ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୩୦୦ କିଲୋମିଟର ଦୂରରେ ରହିଛି । ରହିଥିବା ବେଳେ ଚେନ୍ନାଇ ଠାରୁ ଦକ୍ଷିଣ ପୂର୍ବ ଦିଗରେ ୩୧୦ କିଲୋମିଟର ଦୂରରେ ରହିଛି ।

ନେଲ୍ଲୋର ଠାରୁ ବାତ୍ୟା ‘ମିଗଜାଉମ୍’ ଦକ୍ଷିଣପୂର୍ବରେ ୪୪୦ କିଲୋମିଟର ଦୂରରେ ରହିଥିବା ବେଳେ ବାପଟଲା ଓ ମଛଲିପାଟଣମ୍ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବରେ ୫୫୦ କିଲୋମିଟର ଦୂରରେ ରହିଛି । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ।
୪ ତାରିଖ ଅପରାହ୍ଣରେ ବାତ୍ୟା ‘ମିଗଜାଉମ୍’ ଦକ୍ଷିଣ ଆନ୍ଧ୍ରପ୍ରଦେଶ ସଂଲଗ୍ନ ଉତ୍ତର ତାମିଲନାଡ଼ୁ ଉପକୂଳ ପହଞ୍ଚିବ । ଏହା ସମାନ୍ତରଳ ଭାବେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ନେଲ୍ଲୋରରୁ ମଛଲିପାଟଣମ୍ ମଧ୍ୟରେ ଡିସେମ୍ବର ୫ ତାରିଖରେ ଅତିକ୍ରମ କରିବ । ବାତ୍ୟା ଉପକୂଳ ଅତିକ୍ରମ କରିବା ବେଳେ ଘଣ୍ଟାପ୍ରତି ପବନର ବେଗ ୮୦ରୁ ୯୦ କିଲୋମିଟର ଏବଂ ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗର ଝଟକା ପବନ ବହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *