ମାଧ୍ୟମିକ ବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ,ଯୋଗଦେଲେ ମନ୍ତ୍ରୀ ଙ୍କ ସହ ଏସଡିପିଓ।

ଵାଲେଶ୍ୱେର08/12(ଫୋକସ ପ୍ଲସ); ଜଳେଶ୍ୱର ବ୍ଲକ ଓଲମରା ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ,ଯୋଗଦେଲେ ମନ୍ତ୍ରୀ ଙ୍କ ସହ ଏସଡିପିଓ। ସୂଚନା ଅନୁସାରେ ଓଲମରା ସୀମାନ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ | ଆଜି ସକାଳ 11ଘଟିକାରେ ଉଦଘାଟନ ହେଇଯାଇଛି। |ଯୁବପିଢ଼ିକୁ ସଶକ୍ତ ଓ ସେମାନଙ୍କ ର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି |ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ କ୍ରୀଡା, ବକୃତା, ସାମାଜିକ, ସାଂସ୍କୃତିକରେ ଭରପୁର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ଓ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ |ଉକ୍ତ ସଭାରେ ଓଲମରା ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ଅଧିବେଶନରେ ଦ୍ୱିତୀୟ ବର୍ଷର ଛାତ୍ରୀ ଶୁଭଶ୍ରୀ ବେହେରାଙ୍କ ମଞ୍ଚ ଆହ୍ୱାନରେ କଲେଜର ଅଧକ୍ଷ ଅମରେନ୍ଦ୍ର ଦତ୍ତଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହେଇଯାଇଛି |ଉକ୍ତ ସଭାରେ ମୁଖ୍ୟଅତିଥି ଜଳେଶ୍ୱର ଉପଆରକ୍ଷୀ ଅଧିକାରୀ ଦିଲ୍ଲୀପ କୁମାର ସାହୁ, ମୁଖ୍ୟବ୍ୟକ୍ତା ରାଇବଣିଆ ଥାନାଅଧିକାରିଣୀ ରଞ୍ଜୁ ହାସିନୀ କୁଲୁ, ସମ୍ମାନିତ ଅତିଥି ଇଂରାଜୀ ଅଧ୍ୟାପକ ଦେବବ୍ରତ ପ୍ରଧାନ, ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଆ ଅଧ୍ୟାପକ ତଥା ଉକ୍ତ କାର୍ଯ୍ୟକ୍ରମର ନୋଡାଲ ଅଫିସର ରମାକାନ୍ତ ଦେ ଯୋଗଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ |ଦ୍ୱିତୀୟ ଅଧିବେଶନ ଅପରାହ୍ନ 3 ଘଟିକାରେ ବିଦ୍ୟାଳୟର ଅଧକ୍ଷ ଅମରେନ୍ଦ୍ର ଦତ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିବା ବେଳେ ମୁଖ୍ୟଅତିଥି ଭାବେ ଓଡିଶାସରକାରଙ୍କ ମାନ୍ୟବର ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟବ୍ୟକ୍ତା ସ୍ଥାନୀୟ ସମାଜସେବୀ ଦିଲ୍ଲୀପ କୁମାର ସାମଲ ସମ୍ମାନିତ ଅତିଥିଭାବେ ଓଡ଼ିଆ ଅଧ୍ୟାପକ ରମାକାନ୍ତ ଦେ ଯୋଗଦେଇ ଅଭିଭାଷଣ ରଖିଥିଲେ |ଶେଷରେ ଅଧକ୍ଷ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |

Leave a Reply

Your email address will not be published. Required fields are marked *