ମାଧ୍ୟାନ ଭୋଜନ ଖାଇ ଅସୁସ୍ଥ ହେଲେ ୭ ଛାତ୍ରଛାତ୍ରୀ

ଫୋକସ ପ୍ଲସ(ନୂଆଗାଁ): କୁନିକୁନି ଛାତ୍ର ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ |ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି ୭ ଛାତ୍ରଛାତ୍ରୀ |ନିମ୍ନମାନର ଖାଦ୍ୟ ରନ୍ଧା ଯାଉଥିବା ଅଭିଯୋଗ ଆଣିଲେ ଅଭିଭାବକ |କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ପ୍ରାଥମିକ ବିଦ୍ୟାଳୟରେ ହୋଇଛି ଏଭଳି ସଙ୍ଗୀନ ଅଭିଯୋଗ lମାଧ୍ୟାନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହେବ ପରେ ବିଦ୍ୟାଳୟ ପରିସରରେ ଅଭିଭାବକ ମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି |ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ମାଧ୍ୟାର୍ହ୍ନ ଭୋଜନର ମେନୁ ଅନୁଯାୟୀ ଭାତ ସହ ସୋୟାବିନ ବଢ଼ି ତରକାରୀ ରୋଷେଇ ହୋଇଥିଲା lରନ୍ଧା ଖାଦ୍ୟ ଖାଇବା ପରେ ୭ ଛାତ୍ରଛାତ୍ରୀଙ୍କ ଦୁଇ ରୁ ତିନି ଥର ବାନ୍ତି ହୋଇଥିଲା |ଏହା ଦେଖି ଅନ୍ୟ ଛାତ୍ରଛାତ୍ରୀ ସଙ୍ଗେସଙ୍ଗେ ଶ୍ରେଣୀ ଶିକ୍ଷକ ରାଜପୁତ ମଲ୍ଲିକ, ଶିକ୍ଷୟତ୍ରୀ ଛବି ନାୟକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ କିନ୍ତୁ କୌଣସି ଛାତ୍ରୀଙ୍କୁ ଡାକ୍ତରଖାନାକୁ ନେଇ ନଥିଲେ ସ୍କୁଲ କର୍ତ୍ତୃପକ୍ଷ l

 

ତେବେ ବର୍ଷା ଦିନେ ଫିମ୍ପି ମାରି କଳା ପଡ଼ିଥିବା ଖାଦ୍ୟ ଏବଂ ଅନୁପଯୋଗୀ ସୋୟା ବାଡ଼ି ସହ ସସ୍ତା ନିମ୍ନମାନର ମସଲା ଗୁଣ୍ଡ ବ୍ୟବହାର କରାଯାଇ ତରକାରୀ ରନ୍ଧା ଯାଇଥିଲା lଯାହାକି ପ୍ରଧାନ ଶିକ୍ଷକଙ୍କ ଜାଣତରେ ପାଚିକାମାନେ ଏହିଭଳି ନିମ୍ନମାନର ଖାଦ୍ୟ ରାନ୍ଧୁଥିଲେ ବୋଲି ଅଭିଯୋଗ ହୋଇଛି |ଏହି ବିଷୟରେ ସି ଆରସିସି ଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା କହିଛନ୍ତି |ଏଥିରୁ ଜଣାପଡୁଛି କୋମଳମତି ପିଲାଙ୍କ ଭବିଷ୍ୟତ ପାଇଁ କତୃପକ୍ଷ କେତେ ସଚେତନ ?ଘଟଣା ପରେ ପିଲାଙ୍କୁ ଡାକ୍ତରଖାନା ନନେବା ଏବଂ ନିମ୍ନମାନର ଖାଦ୍ୟ ରନ୍ଧାଯାଉଥିବା ସମ୍ପର୍କରେ ଜାଣିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱୀକାର କରିଛନ୍ତି l ତେଣୁ ଜାଣିଶୁଣି ଜୀବନ ସହ ଖେଳୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ତୁରନ୍ତ ଚାକିରୀରୁ ବହିଷ୍କାର କରିବା ଏବଂ ନିମ୍ନମାନର ତଥା ଖରାପ ଜିନିଷ ଦେଉଥିବା ସ୍ଵଂୟ ସହାୟକ ଗୋଷ୍ଠୀକୁ ଦାଇତ୍ୱରୁ ଅନ୍ତର କରିବା ପାଇଁ ଗ୍ରାମବାସୀ ଦାବିକରିଛନ୍ତି l ପ୍ରଶାସନ ତୁରନ୍ତ ଏହାର କିଛି ପଦକ୍ଷେପ ନନେଲେ ଆଗାମୀ ଦିନରେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ତାଲା ପକାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

ନୂଆଗାଁ ରୁ ଜ୍ୟୋତି ପ୍ରକାଶ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *