ମାଫୁଜ ରେହେମାନଙ୍କ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର

ଫୋକସ ପ୍ଲସ(ଉଦଳା)୧୦/୦୮/୨୦୨୨:ରକ୍ତଦାନ ଜୀବନ ଦାନ,ରକ୍ତଦାନ ମହାପୂଣ୍ୟ, ରକ୍ତ ବୁନ୍ଦାଏ ପାଇଁ କିଏ ଜୀବନ ହରାଉଛି ତୋ ରକ୍ତ ବୁନ୍ଦାଏ ପାଇଁ କାହାର ଜୀବନ ରକ୍ଷା ହୋଇ ପାରୁଛି, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନ ଏ ସି ର 6 ନମ୍ବର ୱାର୍ଡ ର ସ୍ଵେଛାସେଵୀ ଯୁବକ ମାଫୁଜ ରେହେମlନ ଜଣେ ଛାତ୍ର ନେତା ହିସାବରେ ଉଦଳା କଲେଜରେ ପାଠ ପଢି ନିଜର କେରିୟର ଆରମ୍ଭ କରିଥିଲେ,ଜଣେ ଛାତ୍ର ନେତା ହିସାବରେ ସେ ଲୋକ ମାନଙ୍କ ସୁଖ ଦୁଃଖର ସାଥି ହୋଇ ସମାଜ ସେବାରେ ନିଜକୁ ନିୟଜିତ କରି ସମସ୍ତଙ୍କ ପ୍ରିୟ ହୋଇ ପାରିଥିଲେ,2020 ମସିହା ଅଗଷ୍ଟ ମାସ 08 ତାରିଖ ଦିନ କାମଳ ରୋଗରେ ପୀଡିତ ହୋଇ କଟକ ଏସିବି ମେଡିକାଲରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା, ତାଙ୍କର ମୃତ୍ୟୁ ଖବର ଶୁଣି କପ୍ତିପଦା ଉପଖଣ୍ଡରେ ଛାତ୍ର ମାନଙ୍କ ମଧ୍ୟରେ ଏକ ଶୋକର ଛାୟା ଖେଳି ଯାଇଥିଲା, ମାଫୁଜ ଙ୍କ ସ୍ମୁତି ଉଦେଶ୍ୟରେ ଉଦଳା ବିଜେଡି ଦଳର ଛାତ୍ର ନେତା ତଥା ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଉଦଳା ମେଡିକାଲରେ ଅନୁଷ୍ଠିତ ହୋଇ ଯାଇଛି, ଉକ୍ତ ଶିବିରକୁ ଫିତା କାଟି ଉଦଘାଟନ କରିଥିଲେ, ଉଦଳା ମେଡିକାଲର ଏସ ଡି ଏମ ଓ ଡାକ୍ତର କମଳାକାନ୍ତ ନାଏକ, ଏହି ଶିବିରରେ ବହୁ ଛାତ୍ର ନେତା, ଙ୍କ ସମେତ ବହୁ ଛାତ୍ରୀ ମାନେ ଉପସ୍ଥିତ ହୋଇ ଉଦଳା ମେଡିକାଲର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ପୂରଣ କରିବାର ଲକ୍ଷ ନେଇ ସ୍ଵେଛାକୃତ ଭାବେ ରକ୍ତଦାନ କରି ଥିବା ବେଳେ, ଉଦଳା ରକ୍ତଭଣ୍ଡାରର କାର୍ଯ୍ୟରତ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିବାରେ ସହଯୋଗ କରି ଥିଲେ,ଉଦଳା ମେଡିକାଲ ର ଏସ ଡି ଏମ ଓ, ମାଫୁଜ ଙ୍କ ପିତା, ଙ୍କ ସମେତ ବହୁ ସ୍ଵେଛାକୃତ ରକ୍ତଦାତା ନିଜ ନିଜର ପତିକ୍ରିୟା ରଖିଥିଲେ l

ଉଦଳା ରୁ ଦିଲ୍ଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *