ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ଏଏସ୍ଆଇ

କୋଟଗଡ଼ ଥାନା ଏଏସ୍ଆଇଙ୍କୁ ଗିରଫ କଲା ଭିଜିଲାନ୍ସ
ଲାଞ୍ଚ ନେଇ ଗିରଫ ହେଲେ ଏଏସ୍ଆଇ ରଜନୀକାନ୍ତ ଦାସ
୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ
ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ଏଏସ୍ଆଇ

କୋଟଗଡ଼: ଲୋଭର ବଶବର୍ତ୍ତୀ ହୋଇ ପୁଲିସ ବାବୁ ହରଡ଼ଘଣାରେ ଫସିଛନ୍ତି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଏଏସ୍‌ଆଇ ରଜନୀକାନ୍ତ ଦାଶ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ରାତିରେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ଏକ ମାମଲା‌ରେ ସହଯୋଗ କରିବା ପାଇଁ ସେ ଅଭିଯୋଗକାରୀଙ୍କ ଠାରୁ କାଳୀମନ୍ଦିର ନିକଟରେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲନସ୍‌ ଟିମ୍‌ ତାଙ୍କୁ କାବୁ କରି ଦନଇଥିଲେ। 

Leave a Reply

Your email address will not be published. Required fields are marked *